ଘରୋଇ କଲେଜ ଛାତ୍ରଛାତ୍ରୀଙ୍କ ନିମନ୍ତେ ଫି ଛାଡ଼ ଲାଗି ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ବନ୍ଦ ଥିବା ଘରୋଇ କଲେଜ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ଫି ଛାଡ଼ କରନ୍ତୁ ବୋଲି ଦାବି କରି କରି କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ଆବେଦନର ବିଚାର କରି କୋର୍ଟ କହିଛନ୍ତି ଯେ ନିଜର ପରିଚାଳନା ପାଇଁ ଘରୋଇ କଲେଜମାନେ ଏହି ଫି ଆବଶ୍ୟକ କରିଥାନ୍ତି । ଏଣୁ ଫି ଛାଡ଼ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ ।

ଫି ଛାଡକୁ ନେଇ କେତେକ ଛାତ୍ରଛାତ୍ରୀ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ଫି ଛାଡ ପାଇଁ କଲେଜ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ସେମାନେ ଆବେଦନ କରିଥିଲେ । ଏ ସଂପର୍କରେ ନିଜ ନିଜର ବିଶ୍ୱବିଦ୍ୟାଳୟମାନଙ୍କୁ ଆବେଦନ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।
ଲକଡାଉନ ଯୋଗୁଁ ଭାରତରେ ଗତ ମାର୍ଚ୍ଚ ୧୫ରୁ ସ୍କୁଲ କଲେଜ ଗୁଡିକ ବନ୍ଦ ରହିଛି । ସେଗୁଡ଼ିକ କିପରି ଖୋଲାଯିବ ସେ ନେଇ ୟୁଜିସି ଓ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ବିଶ୍ୱବିଦ୍ୟାଳୟଗୁଡିକୁ ଖୋଲିବାକୁ ଇତି ମଧ୍ୟରେ ୟୁଜିସି ପକ୍ଷରୁ କେତେକ ଗାଇଡଲାଇନ ଜାରି କରାଯାଇଛି । ଅଗଷ୍ଟ ୧ରୁ ନାମ ଲେଖା ଓ ସେପ୍ଟେମ୍ବର ୧ରୁ ପାଠପଢା ଆରମ୍ଭ ପାଇଁ ୟୁସିଜି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗାଇଡଲାଇନ ଜାରି କରିଛି ।

ସମ୍ବନ୍ଧିତ ଖବର