କୋଭିଡ୍-୧୯: ପାଞ୍ଚଟି ରାଜ୍ୟରେ ସର୍ବାଧିକ ମାମଲା

ନୂଆଦିଲ୍ଲୀ : ଭାରତରେ ଗତ ୨୪ ଘଣ୍ଟାରେ ୨,୧୫୧ ଜଣ ନୂଆ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଗତ ୫ ମାସ ଭିତରେ ସର୍ବାଧିକ। ଏହାଫଳରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧,୯୦୩କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ମିଳିଛି।

ଗତ ୨୪ ଘଣ୍ଟାରେ ୭ ଜଣ କୋଭିଡ୍ ରୋଗୀ ମୃତ୍ୟୁବରଣ କରିବା ପରେ କୋଭିଡ୍-ଜନିତ ମୃତ୍ୟୁ ସଂଖ୍ୟା ୫,୩୦,୮୪୮ରେ ପହଞ୍ଚିଛି। ଉକ୍ତ ୭ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରର ୩ ଜଣ, କର୍ଣ୍ଣାଟକର ଜଣେ ଏବଂ ବାକି ୩ ଜଣ କେରଳର। ଦେଶର ମୋଟ ସଦ୍ୟ ସଂକ୍ରମଣ ମାମଲାକୁ ୫ ରାଜ୍ୟର ଅବଦାନ ସର୍ବାଧିକ ରହିଛି। ସେଗୁଡ଼ିକ ହେଉଛି ମହାରାଷ୍ଟ୍ର, ଦିଲ୍ଲୀ, କେରଳ, କର୍ଣ୍ଣାଟକ ଓ ତାମିଲନାଡ଼ୁ।

ମହାରାଷ୍ଟରେ ଗତ ୨୪ ଘଣ୍ଟାରେ ୪୫୦ ଜଣ ନୂଆ ସଂକ୍ରମିତ ହୋଇଛନ୍ତି ଓ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ମଙ୍ଗଳବାର ୨୧୪ ଜଣ ନୂଆ ସଂକ୍ରମିତ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ଘଟିଛି। କେରଳରେ ୧୯୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ସକ୍ରିୟ ରୋଗୀ ସଂଖ୍ୟା ୨,୬୬୨ ରହିଛି ଯାହା ଭାରତରେ ସର୍ବାଧିକ। କର୍ଣ୍ଣାଟକରେ ଗତ ୨୪ ଘଣ୍ଟାରେ ୧୩୫ ଜଣ ନୂଆ ସଂକ୍ରମିତ ହୋଇଥିବା ବେଳେ ତାମିଲନାଡ଼ୁରେ ୧୦୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର