ପ୍ରଥମ ଥର ପାଇଁ ଦେଶରେ ସକ୍ରିୟ କୋଭିଡ୍-୧୯ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତରେ ସକ୍ରିୟ ଥିବା କରୋନାଭାଇରସ୍ ଆକ୍ରାନ୍ତମାନଙ୍କ ସଂଖ୍ୟା ଠାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କଥା ବୁଧବାର ସକାଳେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି।

ତଥ୍ୟ ଅନୁସାରେ, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତମାନଙ୍କ ସଂଖ୍ୟା ୧, ୩୩, ୬୩୨ ଥିବା ବେଳେ ୧, ୩୫, ୨୦୫ଜଣ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଗମନ କରିଛନ୍ତି।

ସମ୍ପ୍ରତି ଦେଶରେ ୪୮. ୯୯% ଆକ୍ରାନ୍ତ ଆରୋଗ୍ୟ ହୋଇଥିବା କଥା ସ୍ବାସ୍ଥ୍ୟମନ୍ତ୍ରାଳୟ କହିଛି।

Image Courtesy of Zee News

ଗତ ୨୪ ଘଣ୍ଟା ମଧ୍ୟରେ (ବୁଧବାର ସକାଳ ୮ଟା ଯାଏଁ ) ପ୍ରାୟ ୧୦ ହଜାର ପାଖାପାଖି ବ୍ୟକ୍ତି କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଦେଶର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨. ୭ ଲକ୍ଷ ଟପିଯାଇଛି।

ଏହି ୨୪ ଘଣ୍ଟାରେ ଦେଶରେ ୨୭୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ମଧ୍ୟ ଜଣାପଡ଼ିଛି। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୭, ୭୪୫ରେ ପହଞ୍ଚିଛି।

ବିଶ୍ବର ସବୁଠୁ ଅଧିକ କରୋନାଭାଇରସ୍ ଆକ୍ରାନ୍ତ ଦେଶମାନଙ୍କ ତାଲିକାରେ ସମ୍ପ୍ରତି ଭାରତର ସ୍ଥାନ ପଞ୍ଚମରେ ରହିଛି ବୋଲି ଜନ୍ସ୍ ହପ୍‌କିନ୍ସ୍ ୟୁନିଭର୍ସିଟି ତଥ୍ୟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର