କେନ୍ଦ୍ରର କୋଭିଡ୍-୧୯ ପ୍ୟାକେଜ: ଦୁଇଟି କିସ୍ତିରେ ଓଡ଼ିଶାକୁ ମିଳିଛି ୬୫.୪୯କୋଟି ଟଙ୍କା

ନୂଆଦିଲ୍ଲୀ:  କୋଭିଡ୍-୧୯ ଆପାତ୍ତକାଳୀନ ପ୍ରତିକ୍ରିୟା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ୟାକେଜ ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ଦ୍ବାରା ଓଡ଼ିଶାକୁ ଦୁଇଟି କିସ୍ତିରେ ୬୫.୪୯କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପ୍ରଥମ କିସ୍ତିରେ ଆବଣ୍ଟନ କରାଯାଇଥିବା ୪୬.୩୫ କୋଟି ଟଙ୍କାରୁ ଓଡ଼ିଶାକୁ ସମୁଦାୟ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ କିସ୍ତିରେ ଆବଣ୍ଟନ କରାଯାଇଥିବା ୩୮.୨୮କୋଟି ଟଙ୍କାରୁ ୧୯.୧୪କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଇଛି।

ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶକୁ ହାଇଫୋକସ ରାଜ୍ୟ ଅନ୍ତର୍ଗତ କୋଭିଡ୍-୧୯ ପ୍ୟାକେଜ ପ୍ରଦାନ କରାଯାଇଛି। କୋଭିଡ୍-୧୯ ପ୍ୟାକେଜ ଅନ୍ତର୍ଗତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ୨୦୨୦-୨୧ ଆର୍ଥକ ବର୍ଷରେ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ସର୍ବମୋଟ ୪୨୩୦.୭୮କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ମୀନୀ ‌କୁମାର ଚୌବେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଜଣାଇଛନ୍ତି।

Coronavirus pandemic
Al Jazeera

ସୂଚନା ମୁତାବକ, ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରେକର୍ଡ ୪୨୭୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୭୯୨ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୪୭୮ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୪୨୭୦ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୭୬ ଟି ଓ କଟକ ଜିଲ୍ଲାରୁ ୩୭୪ ଟି ମାମଲା ରହିଛି ।  ସେହିପରି ପୁରୀରୁ ୨୮୭ଟି, ଜଗତସିଂହପୁରରୁ ୧୮୮, ବରଗଡ଼ରୁ ୧୮୩, ବାଲେଶ୍ୱରରୁ ୧୫୦, ଅନୁଗୁଳରୁ ୧୪୭ଟି, ମୟୁରଭଞ୍ଜରୁ ୧୩୧, ଝାରସୁଗୁଡ଼ାରୁ ୧୨୧, ନୂଆପଡ଼ାରୁ ୧୧୯, ସମ୍ବଲପୁରରୁ ୧୧୪, ବଲାଙ୍ଗୀରରୁ ୯୭ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୮୭ ଟି, ନବରଂଗପୁରରୁ ୮୬ଟି, କୋରାପୁଟରୁ ୮୩ଟି, ରାୟଗଡ଼ାରୁ ୮୦ଟି, ସୋନପୁରରୁ ୭୪ଟି, ଭଦ୍ରକରୁ  ୫୫ଟି, ନୟାଗଡ଼ରୁ ୪୭ଟି, ସୁନ୍ଦରଗଡ଼ରୁ ୩୮ଟି,  ଢେଙ୍କାନାଳରୁ ୬୩ଟି ମାମଲା ଚିହ୍ନଟ ହୋଇଛି ।

ସମ୍ବନ୍ଧିତ ଖବର