ସମାନ ନାମ ଥିବାରୁ ସୁସ୍ଥ ବ୍ୟକ୍ତିଙ୍କ ସ୍ଥାନରେ କରୋନା ଆକ୍ରାନ୍ତଙ୍କୁ ଡିସଚାର୍ଜ କଲା ଡାକ୍ତରଖାନା, ତା’ପରେ….

ଦାରାଙ୍ଗ(ଆସାମ): ନାଁ ସମାନଥିବାରୁ ଲୋକଙ୍କୁ ଅନେକ ସମୟରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ | ଆସାମର ଦାରାଙ୍ଗ ଜିଲ୍ଲାରେ ମଧ୍ୟ ଠିକ ସେଭଳି କିଛି ଘଟଣା ଘଟିଛି | ଦୁଇ ରୋଗୀଙ୍କ ନାଁ ସମାନ ଥିବାରୁ ଡାକ୍ତରଖାନା ସୁସ୍ଥ ବ୍ୟକ୍ତିଙ୍କୁ ରଖି କରୋନା ଆକ୍ରାନ୍ତଙ୍କୁ ଡିସଚାର୍ଜ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | କିନ୍ତୁ କିଛି ସମୟ ପରେ ନିଜର ଭୁଲ ବୁଝି ପାରି ଡାକ୍ତରଖାନା ପକ୍ଷରୁ ଆମ୍ବୁଲାନ୍ସ ପଠାଯାଇ ଆକ୍ରାନ୍ତଙ୍କୁ ଡାକ୍ତରଖାନା ଅଣାଯାଇଥିଲା ବୋଲି ଜଣାପଡ଼ିଛି |

Hospital authorities said that the mistake was caused due to similar-sounding names of the two persons and also because their faces were concealed by masks.
hindustantimes

ସୂଚନା ମୁତାବକ, ଘଟଣାଟି ଘଟିଥିଲା ମଙ୍ଗଲଦୋଇ ସିଭିଲ୍ ହସ୍ପିଟାଲରେ | ଏକା ଥରେ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଡିସଚାର୍ଜ ପାଇଁ ସେମାନଙ୍କ ନାଁ ଡକାଯାଇଥିଲା | ଏହି ସମୟରେ କରୋନା ଆକ୍ରାନ୍ତ ଥିବା ବ୍ୟକ୍ତି ନିଜ ନାମ ଶୁଣି ଡିସଚାର୍ଜ ପାଇଁ ଆସିଥିଲେ | ସବୁ କାଗଜପତ୍ର କାମ ସାରିବା ପରେ ସେ ନିଜ ଘରକୁ ଚାଲିଯାଇଥିଲେ | କିନ୍ତୁ କିଛି ସମୟ ପରେ ଡିସଚାର୍ଜ ହୋଇଥିବା ବ୍ୟକ୍ତି କରୋନା ମୁକ୍ତ ନୁହନ୍ତି ବୋଲି ଜାଣି ପାରିଥିଲେ ଡାକ୍ତର | ଏହା ପରେ ଆମ୍ବୁଲାନ୍ସ ପଠାଯାଇ ତାଙ୍କୁ ପୁଣି ଥରେ ଡାକ୍ତରଖାନା ଅଣାଯାଇଥିଲା | କରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନା ଅଣାଯିବ ପରେ ସମାନ ନାଁରେ ଥିବା ସୁସ୍ଥ ବ୍ୟକ୍ତିଙ୍କୁ ଡିସଚାର୍ଜ କରାଯାଇଥିଲା  | ନାଁ ସମାନ ଥିବାରୁ ଏଭଳି ଭୁଲ ହୋଇଥିବା ନେଇ ଡାକ୍ତରଖାନା ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର