ମୁମ୍ବାଇ: ହଠାତ କରୋନା ସଂକ୍ରମଣ ଦେଶରେ ବଢ଼ୁଥିବା ବେଳେ ଦୈନିକ ସଂକ୍ରମଣ ୨ଲକ୍ଷ ଟପିଲାଣି। ପୂର୍ବ ଅପେକ୍ଷା ସଂକ୍ରମଣ ବଢ଼ିଥିବା ବେଳେ ଅନେକ ସ୍ଥାନରେ କରୋନା ରୋଗୀଙ୍କୁ ଶଯ୍ୟା ନମିଳିବାର ଅଭିଯୋଗ ଆସୁଛି। ସେଭଳି ଏକ ଘଟଣା ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ସାମ୍ନାକୁ ଆସିଛି। ସାଗର କିଶୋର ନାମକ ଜଣେ ଯୁବକ ନିଜ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ପାଇଁ ମହାରାଷ୍ଟ୍ର ଏବଂ ତେଲେଙ୍ଗାନାର ସବୁ ଡାକ୍ତରଖାନା ବୁଲିବା ପରେ ମଧ୍ୟ ଶଯ୍ୟା ନମିଳିବାରୁ ମୋ ବାପାଙ୍କୁ ମାରିଦିଅ ବୋଲି ସେ କହିଛନ୍ତି।
ସାଗରଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କହିଛନ୍ତି ଯେ, ବାପା କରୋନା ପଜିଟିଭ ବୋଲି ଜାଣିବା ପରେ ମୁଁ ବାପାଙ୍କୁ ପ୍ରଥମେ ୱାରୋରା ହସ୍ପିଟାଲକୁ ନେଇଥିଲି। ସେଠାରେ ଶଯ୍ୟା ନମିଳିବାରୁ ମୁଁ ବାପାଙ୍କୁ କିଛି ଘରୋଇ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଶଯ୍ୟା ମିଳିନଥିଲା। ଏହା ପରେ ମୁଁ ବାପାଙ୍କୁ ନେଇ ତେଲେଙ୍ଗାନାରେ ପହଞ୍ଚିଥିଲି। କିନ୍ତୁ ସେଠାରେ ମଧ୍ୟ ଶଯ୍ୟା ନମଳିବାରୁ ମୁଁ ବାପାଙ୍କୁ ନେଇ ପୁଣି ମହାରାଷ୍ଟ୍ର ଫେରିଛି।
24 घंटे चक्कर लगाए, कहीं बेड नहीं!
बुज़ुर्ग मरीज़ के बेटे की गुहार, ‘या बेड दो या इंजेक्शन देकर मार दो!’
महाराष्ट्र के चंद्रपुर का हाल. pic.twitter.com/ZzxhlnzdZL
— Puja Bharadwaj (@Pbndtv) April 14, 2021
ଏବେ ସାଗର ଚନ୍ଦ୍ରପୁରର ଏକ ଡାକ୍ତରଖାନାରେ ଥିବା ବେଳେ ଶଯ୍ୟା ନମିଳିଲେ ଘରକୁ ଯିବେ ନାହିଁ ବୋଲି କହିଛନ୍ତି। ବାପାଙ୍କୁ ଗୋଟେ ଶଯ୍ୟା ଦିଅ, ନହେଲେ ତାଙ୍କୁ ଏକ ଇଞ୍ଜେକ୍ସନ ଦେଇ ମାରିଦିଅ। ଏଭଳି ଅବସ୍ଥାରେ ମୁଁ ବାପାଙ୍କୁ ଘରକୁ ନେଇ ଯାଇପାରିବି ନାହିଁ ବୋଲି ଭିଡିଓରେ କହିଛନ୍ତି ସାଗର।