ନଭେମ୍ବର ମଧ୍ୟ ଭାଗକୁ ଭାରତରେ କୋଭିଡ୍-୧୯ ଶୀର୍ଷରେ ପହଞ୍ଚିପାରେ: ଅଧ୍ୟୟନ

‌ନୂଆଦିଲ୍ଲୀ: ଆଠ ସପ୍ତାହ ଲକ୍‌ଡାଉନ୍ ଏବଂ ଦୃଢ଼ ଜନସ୍ବାସ୍ଥ୍ୟ ପଦକ୍ଷେପ ଯୋଗୁଁ ଭାରତରେ କୋଭିଡ୍-୧୯ ମହାମାରୀ ଶୀର୍ଷସ୍ତ‌ରରେ ପହଞ୍ଚିବା ବିଳମ୍ବ ହୋଇଛି। ନଭେମ୍ବର ମଧ୍ୟ ଭାଗ ବେଳକୁ ଏହା ଶୀର୍ଷରେ ପହଞ୍ଚିବା ବେଳେକୁ ଆଇସୋଲେସନ୍ ଏବଂ ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର୍ ଆଦି ଅଭାବ ପଡ଼ିପାରେ ବ‌ୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।

ଅଧ୍ୟୟନ କରିଥିବା ‘ଆଇସିଏମ୍ଆର୍’ ଦ୍ବାରା ଗଠିତ ‘ଅପରେସନ୍ସ ରିସର୍ଚ ଗ୍ରୁପ୍‌’ର ଗବେଷକମାନେ କହିଛନ୍ତି, ଲକ୍‌ଡାଉନ୍ ମହାମାରୀର ଶୀର୍ଷସ୍ତରକୁ ଯିବା ଗତିକୁ ପ୍ରାୟ ୩୪ ରୁ ୭୬ ଦିନ ଘୁଞ୍ଚାଇ ଦେଇଛି। ଏହାଦ୍ବାରା ସଂକ୍ରମଣ ସଂଖ୍ୟା ମଧ୍ୟ ୬୯%ରୁ ୯୭% ହ୍ରାସ ପାଇଛି। ଏହାଦ୍ବାରା ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସମ୍ବଳ ଓ ଭିତ୍ତିଭୂମି ବଢ଼ାଇବାକୁ କରିବାକୁ ସମୟ ପାଇଛନ୍ତି।

Image Courtesy of Business Insider India

ଲକ୍‌ଡାଉନ୍ ପରେ ୬୦% ଫଳପ୍ରଦ ହୋଇଥିବା କଠୋର ଜନସ୍ବାସ୍ଥ୍ୟ ପଦକ୍ଷେପ ଯୋଗୁଁ ବନ୍ଦୋବସ୍ତ ହୋଇଥିବା ସାମଗ୍ରୀ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାହିଦା ମେଣ୍ଟାଇ ପାରେ। ଏହାପରେ, ୫. ୪ ମାସ ପାଇଁ ଆଇସୋଲେସନ୍ ବେଡ୍, ୪. ୬ ମାସ ପାଇଁ ଆଇସିୟୁ ବେଡ୍ ଏବଂ ୩.୯ ମାସ ପାଇଁ ଭେଣ୍ଟିଲେଟର୍ ଅଭାବ ଦେଖାଦେଇ ପାରେ ବୋଲି ସ୍ବାସ୍ଥ୍ୟ ଗବେଷକମାନେ ଆକଳନ କରିଛନ୍ତି।

କିନ୍ତୁ, ଲକ୍‌ଡାଉନ୍‌ ଏବଂ ଜନସ୍ବାସ୍ଥ୍ୟ ପଦକ୍ଷେପ ବିନା ଯେଉଁ ଅଭାବ ଦେଖା ଦେଇଥାଆନ୍ତ, ଏ ଅଭାବ ତା’ର ୮୩% ବୋଲି ଆକଳନ କରାଯାଇଛି।

ଭାରତରେ କୋଭିଡ୍-୧୯ ମହାମାରୀ ପାଇଁ ମଡେଲ୍ ଆଧାରିତ ଅନୁଶୀଳ ଅନୁଯାୟୀ, ଲକ୍‌ଡାଉନ୍ ସମୟରେ ପରୀକ୍ଷା, ଚିକିତ୍ସା ଏବଂ ରୋଗୀମାନଙ୍କୁ ପୃଥକ୍ କରିବାକୁ ନିର୍ମିତ ହୋଇଥିବା ଅତିରିକ୍ତ ସାମର୍ଥ୍ୟ ଯୋଗୁଁ ଶୀର୍ଷସ୍ତର ସମୟରେ ସଂକ୍ରମଣ ୭୦% ଏବଂ ସଂକ୍ରମଣ ବୃଦ୍ଧି ପ୍ରାୟ ୭୨% ହ୍ରାସ ପାଇପାରେ।

ଏହା ବ୍ୟତିରେକେ, ଲକ୍‌ଡାଉନ ଯୋଗୁଁ କୋଭିଡ୍-୧୯ ମୃତ୍ୟୁହାର ମଧ୍ୟ ୬୦% ହ୍ରାସ ପାଇ ପାରିଛି।

 

ସମ୍ବନ୍ଧିତ ଖବର