ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି | କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ଆଜି ୫ଲକ୍ଷ ଜଣ ସୁସ୍ଥ ହୋଇସାରିଛନ୍ତି | ଶନିବାର ଦିନ ଦେଶରେ ସୁସ୍ଥ ହୋଇଥିବା କୋଭିଡ -୧୯ ରୋଗୀଙ୍କ ସଂଖ୍ୟା ପାଞ୍ଚ ଲକ୍ଷ ମାର୍କ ଅତିକ୍ରମ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି | ବର୍ତ୍ତମାନ ଦେଶରେ ୫,୧୫,୩୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |
 Firstpost
 Firstpostସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଭାରତର କୋଭିଡ୍ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଦିନ ୮ଲକ୍ଷ ଟପିଥିଲା | ସମୁଦାୟ ୮,୨୦,୯୧୬ଜଣ ଲୋକ କରୋନା ଆକ୍ରାନ୍ତ ହୋଇଥିଲେ | ଏହି ବର୍ଦ୍ଧିତ ସଂଖ୍ୟା ଲୋକଙ୍କ ନିଦ ହଜାଇଦେଇଥିବା ବେଳେ ସୁସ୍ଥ ସଂଖ୍ୟା ୫ଲକ୍ଷ ଟପିବା ଖବର ସମସ୍ତଙ୍କୁ ଆଶ୍ଵସ୍ଥ କରିଛି | କୋଭିଡ -୧୯ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ସକ୍ରିୟ, ପ୍ରାଧାନ୍ୟ ଏବଂ ସମନ୍ୱିତ ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/t-89.jpg)
