୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଜୁଲାଇରେ ନୋଭାଭାକ୍ସର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିବ ସେରମ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ଖୁବ ଶୀଘ୍ର ନୋଭାଭାକ୍ସ ଟିକାର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) | ଚଳିତ ବର୍ଷ ଜୁଲାଇରେ ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ନୋଭାଭାକ୍ସ ଟିକାର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହେବ ବୋଲି ଏସଆଇଆଇ ପକ୍ଷରୁ କୁହାଯାଇଛି | ପିଲାମାନଙ୍କୁ ଦିଆଯିବା ପାଇଁ ନୋଭାଭାକ୍ସ ଚତୁର୍ଥ କରୋନା ଟିକା ହେବ, ଯାହାର କ୍ଲିନିକାଲ୍ ପରୀକ୍ଷା ହେବ |

ଏହା ପୂର୍ବରୁ ହାଇଦ୍ରାବାଦ ଭିତ୍ତିକ ଭାରତ ବାୟୋଟେକ୍ ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭାକ୍ସିନର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିସାରିଛି | ନୂଆଦିଲ୍ଲୀ ଏବଂ ପାଟନାରେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରେ ଚାଲିଥିବା ଏହି ପରୀକ୍ଷାଗୁଡ଼ିକରେ ମୋଟ ୫୨୫ ପିଲା ଅଂଶ ଗ୍ରହଣ କରିଛନ୍ତି। ପରେ ପରେ ୬-୧୨ ବୟସ ବର୍ଗର ପିଲାମାନଙ୍କ ପାଇଁ ଏବଂ ୨-୬ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡିଛି | ଏହା ସହ ଟିକା ନିର୍ମାତା ଭାରତ ବାୟୋଟେକ୍ ଏହାର ନାସାଲ୍ କୋଭିଡ୍ -୧୯ ଟିକା ପାଇଁ କ୍ଲିନିକାଲ୍ ପରୀକ୍ଷା କରୁଛି।

শিশুদের জন্য চতুর্থ ভ্যাকসিন 'Novavax', জুলাইতেই ট্রায়াল শুরু সেরামের / Covid-19: Serum Institute to begin Novavax vaccine trials for children in July
Zee News

ଜାଇଡସ୍ କ୍ୟାଡିଲା ମଧ୍ୟ ୧୨-୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭିଡ୍ -୧୯ ଟିକା, ଜାଇକୋଭ-ଡ଼ିର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଛି। ଫାର୍ମା କମ୍ପାନି ବର୍ତ୍ତମାନ ୫-୧୨ ବର୍ଷ ବୟସର ପିଲାମାନଙ୍କଠାରେ ଟିକା ପାଇଁ କ୍ଲିନିକାଲ୍ ପରୀକ୍ଷା କରିବାକୁ ଯୋଜନା କରିଛି।

ସମ୍ବନ୍ଧିତ ଖବର