ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା: ମହାରାଷ୍ଟ୍ରରୁ ଆଉ ୭ଜଣ ଓମିକ୍ରନ୍‌ ଦ୍ୱାରା ଆକ୍ରାନ୍ତ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୨

ମୁମ୍ବାଇ: ପୁଣି ମହାରାଷ୍ଟ୍ରରୁ ଚିହ୍ନଟ ହେଲେ ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତ | ମହାରାଷ୍ଟ୍ରରେ ଓମିକ୍ରନ୍‌ ଦ୍ୱାରା ଆଜି ଆହୁରି ୭ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି | ପୂର୍ବରୁ ମହାରାଷ୍ଟ୍ରରେ ଜଣେ ଓମିକ୍ରନ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି | ଏହା ସହ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି |

ସୂଚନା ମୁତାବକ, ନଭେମ୍ବର ୨୪ରେ ନାଇଜେରିଆର ଲାଗୋସରୁ ପିମ୍ପ୍ରି-ଚିଞ୍ଚୱାଡ ମ୍ୟୁନିସିପାଲିଟି ଅଞ୍ଚଳକୁ ଆସିଥିଲେ ଜଣେ ମହିଳା | ନିଜ ଭାଇଙ୍କୁ ଭେଟିବାକୁ ଆସିଥିବା ଏହି ୪୪ ବର୍ଷ ବୟସ୍କା ମହିଳା, ତାଙ୍କ ଦୁଇ ଝିଅ, ତାଙ୍କ ଭାଇ ଏବଂ ଦୁଇ ଝିଅ ଏବେ ଓମିକ୍ରନ୍‌ ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଆଜି ସନ୍ଧ୍ୟାରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି, ପୁଣେରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ୬ଜଣ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଅନ୍ୟଜଣେ ଆକ୍ରାନ୍ତ ପୁନେର ବୋଲି ଜଣାପଡିଛି | ଏହା ପୂର୍ବରୁ ଆଜି ଦିଲ୍ଲୀରୁ ଜଣେ ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ |

ସମ୍ବନ୍ଧିତ ଖବର