ମୁମ୍ବାଇ, କୋଲ୍‌କାତା, ଜୟପୁର ଏବଂ ଇନ୍ଦୋରରେ କୋଭିଡ୍-୧୯ ପରିସ୍ଥିତି ସାଙ୍ଘାତିକ: ଗୃହ ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ମୁମ୍ବାଇ, ପୁଣେ, ଇନ୍ଦୋର, ଜୟପୁର, କୋଲକାତା ଏବଂ ପଶ୍ଚିମବଙ୍ଗର ଅନ୍ୟାନ୍ୟ କେତେକ ଅଞ୍ଚଳରେ କୋଭିଡ୍-୧୯ ଜନିତ ପରିସ୍ଥିତି ବିଶେଷ ସାଙ୍ଘାତିକ ବୋଲି ସୋମବାର ଦିନ କେନ୍ଦ୍ର ସରକାର କହିଛନ୍ତି। ସେ ସବୁ ଅଞ୍ଚଳରେ ଲକ୍‌ଡାଉନ୍ କଟକଣା ଉଲ୍ଲଂଘନ କଲେ କରୋନାଭାଇରସ୍ ବ୍ୟାପୀଯିବାର ଆଶଙ୍କା ରହିଛି।

ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଲେଖିଥିବା ଏକ ପତ୍ରରେ ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି ଯେ କୋଭିଡ୍-୧୯ ସଂକ୍ରମିତଙ୍କୁ ପ୍ରତ୍ୟେକ୍ଷଭାବେ ସେବା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ, ଲୌକିକ ବା ସାମାଜିକ ଦୂରତା ନିମୟର ପୂର୍ଣ୍ଣ ଉଲ୍ଲଂଘନ ଏବଂ ନଗରାଞ୍ଚଳରେ ଯାନବାହନ ଚଳାଚଳ କରିବା ଭଳି କେତେକ ଘଟଣା ଘଟିଛି। ଏସବୁ ବନ୍ଦ ହେବା ଉଚିତ।

Image Source: The Economic Times

ଗୃହ ବ୍ୟାପାର ମନ୍ତ୍ରାଳୟ ମନ୍ତ୍ରାଳୟ ଗୁରୁତ୍ବାରୋପ କରି କହିଛି ଯେ ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ, ରାଜସ୍ଥାନର ଜୟପୁର ଏବଂ ପଶ୍ଚିମବଙ୍ଗର କୋଲକାତା, ପୂର୍ବ ମେଦିନିପୁର, ଉତ୍ତର ୨୪ ପ୍ରଗଣା, ଦାର୍ଜିଲିଙ୍ଗ୍, କଲିମପୋଙ୍ଗ୍‌ ଏବଂ ଜଳପାଇଗୁଡ଼ିର ପରିସ୍ଥିତି ଅତି ସଙ୍କଟାପନ୍ନ। ମିଳିଥିବା ଲକ୍‌ଡଉନ୍ ଉଲ୍ଲଂଘନ ଖବର ଜନସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବା ସହ କୋଭିଡ୍-୧୯ ବ୍ୟାପୀବାର ବିପତ୍ତି ଆଣିବ।

ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗର ସମ୍ପୃକ୍ତ ସ୍ଥାନଗୁଡ଼ିକର ସରଜମିନ୍ ମୂଲ୍ୟାୟନ କରି ଆବଶ୍ୟକମ‌େତେ ନିର୍ଦେଶ ଜାରି କରିବାକୁ କେନ୍ଦ୍ର ସରକାର ଛଅଟି ଇଣ୍ଟର୍-ମିନିଷ୍ଟରିୟାଲ୍ ଟିମ୍ ଗଠନ କରିଛନ୍ତି। ସର୍ବସାଧାରଣଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ଟିମ୍ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ।

 

ସମ୍ବନ୍ଧିତ ଖବର