ନୂଆଦିଲ୍ଲୀ: ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଅଂଶଗ୍ରହଣ କରୁଥିବା ସମସ୍ତ ସାଂସଦଙ୍କୁ କୋଭିଡ -୧୯ପରୀକ୍ଷା କରାଇବାକୁ ପଡ଼ିବ। ଏ ନେଇ ଆଜି ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ବାଚସ୍ପତି ଓମ ବିର୍ଲା କହିଛନ୍ତି। ଅଧିବେଶନରେ ଅଂଶଗ୍ରହଣ କରୁଥିବା ସାଂସଦମାନଙ୍କର ଆରଟି- ପିସିଆର ପରୀକ୍ଷା ହେବ। ରି‌ପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ସାଂସଦମାନେ ଅଧିବେଶନରେ ଅଂଶଗ୍ରହଣ କରିପାରିବେ।

Advertisment

publive-image Image Courtesy of Hindustan Times

ସୂଚନା ମୁତାବକ, ସାଧାରଣତ ଜୁଲାଇ ମଧ୍ୟଭାଗରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନକୁ କୋଭିଡ -୧୯ ମହାମାରୀ କାରଣରୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ଏବେ କୋଭିଡ୍ ପ୍ରୋଟୋକଲ ସହ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ସେପ୍‌ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ରେ ଶେଷ ହେବ। ପ୍ରଥମ ଥର ପାଇଁ କରୋନା ମହାମାରୀ ସମୟ‌ରେ କୋଭିଡ୍‌-୧୯ ଗାଇଡଲାଇନ୍‌ ମାନି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟସଭାର ଉଭୟ ଚ୍ୟାମ୍ବର ଓ ଗ୍ୟାଲେରିରେ ସଦସ୍ୟମାନଙ୍କ ବସିବାର ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୯୫୨ ମସିହା ପରେ ପ୍ରଥମ ଥର ପାଇଁ ଉଭୟ ଚ୍ୟାମ୍ବର ଓ ଗ୍ୟାଲେରିରେ ଏଭଳି ବସିବା ବ୍ୟବସ୍ଥା କରାଯାଇଛି। ଚ୍ୟାମ୍ବରରେ ୬୦ ସଦସ୍ୟ, ଗ୍ୟାଲେରିରେ ୫୧ ସଦସ୍ୟ ଏବଂ ବାକି ୧୩୨ ଜଣ ଲୋକସଭା ଚ୍ୟାମ୍ବରରେ ବସିବାର ବ୍ୟବସ୍ଥା ହୋଇଛି।