ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଆଉ ୨ଟି ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜାତୀୟ ରାଜଧାନୀ ଦିଲ୍ଲୀରେ ଏ ଧରଣର ଆକ୍ରାନ୍ତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।

Advertisment

ଏପର୍ଯ୍ୟନ୍ତ ଦିଲ୍ଲୀରେ ୧୨ଜଣ ‘ଓମିକ୍ରନ୍‌’ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଡାକ୍ତରଖାନାରୁ ବିଦା ହୋଇଥିବା ବେଳେ ଆଉ ୧୨ଜଣ ଚିକିତ୍ସାଧୀନ ଅଛନ୍ତି।

ସୂଚନାଯୋଗ୍ୟ, ରବିବାର ଦିନ ଜାତୀୟ ରାଜଧାନୀରେ ୧୦୭ଟି ନୂଆ କୋଭିଡ୍‌-୧୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଜୁନ୍‌ ୨୭ ତାରିଖ ଠାରୁ ଦିଲ୍ଲୀରେ ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ।

ଆଜି କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ୫ଜଣ ଏବଂ ଦିଲ୍ଲୀରେ ଚିହ୍ନଟ ହୋଇଥିବା ୨ଜଣ ‘ଓମିକ୍ରନ୍’ ସଂକ୍ରମିତଙ୍କୁ ମିଶାଇ ସମଗ୍ର ଦେଶରେ ‘ଓମିକ୍ରନ୍‌’ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି।

publive-image Image Courtesy of Zee News

ଗତ ୧୮ ଦିନ ମଧ୍ୟରେ ଦେଶର ସମୁଦାୟ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ଚିହ୍ନଟ କରିଥିବା ଜଣାପଡ଼ିଛି। ଭାରତରେ ପ୍ରଥମ ‘ଓମିକ୍ରନ୍’ ଚିହ୍ନଟ କରିଥିବା ରାଜ୍ୟ ହେଉଛି କର୍ଣ୍ଣାଟକ। ଡିସେମ୍ବର ୨ ତାରିଖରେ ପ୍ରଥମେ କର୍ଣ୍ଣାଟକରେ ହିଁ ଭାରତର ପ୍ରଥମ ‘ଓମିକ୍ରନ୍ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ଚିହ୍ନଟ ହୋଇଥିଲା।

publive-image Image Courtesy of India TV News

ସରକାରୀ ତଥ୍ୟ ଅନୁସାରେ, ମହାରାଷ୍ଟ୍ରରେ ୫୪, ଦିଲ୍ଲୀରେ ୨୪, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୯, ତେଲେଙ୍ଗାନାରେ ୨୦, ଗୁଜରାଟରେ ୧୧, କେରଳରେ ୧୧, ଆନ୍ଧ୍ରପ୍ରଦେଶରେ ୧, ଚଣ୍ଡୀଗଡ଼ରେ ୧, ତାମିଲନାଡୁରେ ୧ ଏବଂ ପଶ୍ଚିମବଙ୍ଗରେ ୧ଟି ‘ଓମିକ୍ରନ୍‌’ ମାମଲା ଚିହ୍ନଟ ହୋଇଛି।