ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୯,୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଳୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୯,୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ ପୁଣି ୭୮ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୪୭ ହଜାର ୩୦୪ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୧ ଲକ୍ଷ ୫୫ ହଜାର ୧୫୮ରେ।

 

ଦେଶରରୁ ସୁସ୍ଥ ହୋଇ ସାରିଲେଣି ସମୁଦାୟ ୧ କୋଟି ୫ ଲକ୍ଷ ୪୮ ହଜାର ୫୨୧ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୧ ଲକ୍ଷ ୪୩ ହଜାର ୬୨୫ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୪ ହଜାର ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ ସୁଦ୍ଧା ଟିକା ନେଇ ସାରିଲେଣି ୬୨ ଲକ୍ଷ ୬୯ ହଜାର ୮ ଜଣ।

 

ସମ୍ବନ୍ଧିତ ଖବର