ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ବ୍ୟାପିବା କାରଣରୁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ୨୦୧୯ ସିଭିଲ୍ ସର୍ଭିସ୍ (ମେନ୍) ପ୍ରାର୍ଥୀମାନଙ୍କର ବ୍ୟକ୍ତିତ୍ବ ପରୀକ୍ଷା ବା ପର୍ସନାଲିଟି ଟେଷ୍ଟ୍ ସ୍ଥଗିତ ରଖିଛି। ୨୦୨୦ ମାର୍ଚ ୨୩ ତାରିଖରୁ ଏପ୍ରିଲ୍ ୩ ମଧ୍ୟରେ ଏହି ପରୀକ୍ଷା କରାଯିବା ନିମନ୍ତେ ସମୟନିର୍ଘଣ୍ଟ ଧାର୍ଯ୍ୟ କରାଯାଇଥିଲା।

Advertisment

ଏକ ବିଜ୍ଞପ୍ତିରେ ୟୁପିଏସସି କହିଛି: କୋଭିଡ୍-୧୯ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ପ୍ରତିଷେଧମୂଳକ ବ୍ୟବସ୍ଥା ଭାବେ ସିଭିଲ୍ ସର୍ଭିସେସ୍ (ମେନ୍) ପରୀକ୍ଷା ସ୍ଥଗିତ ରଖାଯାଉଛି। ପରିସ୍ଥିତି ଅନୁଧ୍ୟାନ କରାଯାଇ ପରବର୍ତ୍ତି ବିଜ୍ଞପ୍ତିରେ ନୂଆ ତାରିଖ ନିର୍ଦ୍ଧାରଣ କରାଯିବ।

publive-image

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଭାରତରେ ସିଭିଲ୍ ସର୍ଭାଣ୍ଟସ୍ ମନୋନୟନ ପ୍ରକ୍ରିୟାରେ ୟୁପିଏସସିର ବ୍ୟକ୍ତିତ୍ବ ପରୀକ୍ଷା ହେଉଛି ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ।

ଏହାର ମୁଖ୍ୟ ପରୀକ୍ଷା ୨୦୧୯ ମସିହା ସେପ୍ଟେମ୍ବର ୨୦ ରୁ ୨୯ ସେପ୍ଟେମ୍ବରଯାଏଁ ଚାଲିଥିଲା।

ବ୍ୟକ୍ତିତ୍ବ ପରୀକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ଏବଂ ପରୀକ୍ଷା ନିମନ୍ତେ ପରବର୍ତ୍ତୀ ତାରିଖ ବିଷୟରେ ୟୁପିଏସସି ୱେବସାଇଟରେ ଉପଲବ୍ଧ ହେବ।