କୋଭିଡ୍-୧୯: ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନାରେ  ସ୍ବାସ୍ଥ୍ୟ ସେବା ପାଇଁ ଭାରତକୁ ୩ ନିୟୁତ ଡଲାର୍ ପ୍ରଦାନ କଲା ଆମେରିକା

ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣର ମୂଳୋତ୍ପାଟନ ନିମନ୍ତେ ଭାରତକୁ ସହଯୋଗ କରିବା ନିମନ୍ତେ ‘ପାର୍ଟନର୍‌ସିପ୍ସ୍ ଫର୍ ଆଫୋର୍ଡାବ୍ଲ୍‌ ହେଲ୍‌ଥ୍‌କେୟାର୍ ଆକ୍‌ସେସ୍ ଆଣ୍ଡ୍ ଲଙ୍ଗଜିଭିଟି’କୁ (ପିଏଏଚ୍‌ଏଲ୍) ୩ ନିୟୁତ ଡଲାର୍ ପ୍ରଦାନ କରିବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଛି।

କୋଭିଡ୍-୧୯ ମୁକାବି‌ଲାରେ ଭାରତକୁ ସାହାଯ୍ୟ କରିବାକୁ ଏ ପର୍ଯ୍ୟନ୍ତ ‘ୟୁଏସ୍ ଏଜେନ୍‌ସି ଫର୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ଡେଭେଲପ୍‌ମେଣ୍ଟ୍’ (ୟୁଏସ୍ଏଡ୍) ୫. ୯ ନିୟୁତ ଡଲାର୍ ପ୍ରଦାନ କରିସାରିଛି। ‘ୟୁଏସ୍ଏଡ୍’ ଜରିଆରେ ୩ ମିଲିୟନ୍ ଡଲାର୍ ପ୍ରଦାନ କରିବ ବୋଲି ଏପ୍ରିଲ୍ ୧୬ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ଘୋଷଣା କରିଥିଲା।

Image Source: Deccan Herald

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟର୍ କହିଛନ୍ତି, କୋଭିଡ୍ -୧୯ ବିପକ୍ଷରେ ସଂଗ୍ରାମ କରିବାକୁ ଭାରତ ଚଳାଇଥିବା ଉଦ୍ୟମରେ ଏହି ଅତିରିକ୍ତ ଆର୍ଥିକ ସହାୟତା ହେଉଛି ଦୁଇ ଦେଶ ମଧ୍ୟରେ ଦୃଢ଼ ଓ ଦୀର୍ଘସ୍ଥାୟୀ ସହଭାଗିତାର ଆଉ ଏକ ଉଦାହରଣ।

ସେ ଆହୁରି କହିଛନ୍ତି ଯେ ସଂକ୍ରାମକ ରୋଗ ଯେକୌଣସି ସ୍ଥାନରେ ବିପଜ୍ଜନକ ହେଉଥିବାରୁ ଏବଂ ଯେକୌଣସି ସ୍ଥାନ ପାଇଁ ବିପଜ୍ଜନକ ହେଉଥିବା କାରଣରୁ କୋଭିଡ୍-୧୯ ସଂଗ୍ରାମରେ ଜାଗତିକ ଉଦ୍ୟମକୁ ଦାନ ଦେବାକୁ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ୟାନ୍ୟ ଦାତାମାନଙ୍କୁ ଆହ୍ବାନ ଦେଇଛି।

 

 

ସମ୍ବନ୍ଧିତ ଖବର