ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ବାର୍ତ୍ତାଳାପ କାର୍ଯ୍ୟକ୍ରମ ‘ରବିବାର ସମ୍ବାଦ’ର ପ୍ରଥମ ଅଧ୍ୟାୟରେ ଉଦ୍ବୋଧନ ଦେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଲେ ଯେ, ଏପର୍ଯ୍ୟନ୍ତ କୋଭିଡ୍-୧୯ ଟିକାର ଶୁଭାରମ୍ଭ କରିବା ଲାଗି ତାରିଖ ଧାର୍ଯ୍ୟ ହୋଇନାହିଁ। ଆସନ୍ତାବର୍ଷର ପ୍ରଥମ ତିନିମାସରେ ଟିକା ପ୍ରସ୍ତୁତ ହୋଇପାରେ।
ବ୍ରିଟିସ୍ ଔଷଧ ନିୟନ୍ତ୍ରକମାନେ ସ୍ଥଗିତ ଥିବା ଆଷ୍ଟ୍ରାଜେନିକା ନିର୍ମିତ କୋଭିଡ୍-୧୯ ଟିକା ପୁନଃପରୀକ୍ଷା କରିବାକୁ ଅନୁମତି ଦେବାର ଗୋଟିଏ ଦିନ ପରେ ସ୍ବାସ୍ଥ୍ୟମନ୍ତ୍ରୀ ଏ ଭଳି ମନ୍ତବ୍ୟ ଦେଇଛନ୍ତି। ଇଂଲଣ୍ଡ୍ ସ୍ଥଗିତ ରଖିବା ଦେଖି ଭାରତର ଡ୍ରଗ୍ କଣ୍ଟ୍ରୋଲର୍ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ଆଷ୍ଟ୍ରାଜେନିକାର ଭାରତୀୟ ଅଂଶୀଦାର ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ଟିକା ପରୀକ୍ଷା ବନ୍ଦ କରି ଦେଇଥିଲା।
Image Courtesy of The Times of Indiaସ୍ବାସ୍ଥ୍ୟ ମନ୍ତ୍ରୀ ଭରସା ଦେଇ କହିଛନ୍ତି ଯେ, ଟିକାର ମାନବୀୟ ପରୀକ୍ଷାରେ ସରକାର ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି। ସେ କହିଛନ୍ତି, ଟିକା ନିରାପତ୍ତା, ମୂଲ୍ୟ, ନିରପେକ୍ଷତା, କୋଲ୍ଡ୍-ଚେନ୍ ଆବଶ୍ୟକତା, ଉତ୍ପାଦନ କାଳ ଆଦି ସମ୍ବନ୍ଧରେ ମଧ୍ୟ ବ୍ୟାପକ ଆଲୋଚନା ଚାଲିଛି।
ଟିକା ପ୍ରସ୍ତୁତ ହୋଇଗଲେ ନିହାତି ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ପ୍ରଥମେ ଦିଆଯିବ। କିନ୍ତୁ, ସେ କହିଲେ, ନିଜେ ପ୍ରଥମ ଟିକାଟି ନେଲେ ଖୁସି ହେବେ।
ଦୀର୍ଘ ଏକ ଘଣ୍ଟାର ବାର୍ତ୍ତାଳାପ ମଧ୍ୟରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ପୋଷ୍ଟ୍ କରିଥିବା କେତେକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସ୍ବାସ୍ଥ୍ୟ ମନ୍ତ୍ରୀ କୋଭିଡ୍-୧୯ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା କଥା ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/harsh-Vardhan.jpg)