ନୂଆଦିଲ୍ଲୀ: ସାମ୍ପ୍ରତିକ ଟିକା ସଙ୍କଟ ମହାମାରୀକୁ ବଞ୍ଚାଇ ରଖୁଛି ଏବଂ ଦେଶମାନଙ୍କ ମଧ୍ୟରେ ଟିକା ଭାଗବଣ୍ଟା ଅପବାଦଜନକ ବୋଲି ସୋମବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରସ୍ ଆଧାନୋମ୍ ଗେବ୍ରେୟେସସ୍ କହିଛନ୍ତି।
ସେ କହିଛନ୍ତି ଯେ, ଟିକା ନିର୍ମାଣ ଓ ବିପୁଳ ପରିମାଣର ଟିକା କ୍ରୟ କରୁଥିବା ଦେଶମାନଙ୍କର ଛୋଟିଆ ଦଳ ବିଶ୍ବର ବାକି ଦେଶମାନଙ୍କର ଭାଗ୍ୟ ନିୟନ୍ତ୍ରଣ କରୁଛି।
ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀରେ ସେ କହିଲେ, ଦେଖା ଦେଇଥିବା ଟିକା ସଙ୍କଟ ଏବଂ ଅପବାଦଜନକ ଭାଗବଣ୍ଟା ମହାମାରୀକୁ ବଞ୍ଚାଇ ରଖୁଛି। ୭୫%ରୁ ଅଧିକ ଟିକା ମାତ୍ର ୧୦ଟି ଦେଶରେ ଦିଆଯାଇ ସାରିଲାଣି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସମବଣ୍ଟନ ହୋଇ ଥାଆନ୍ତା, ତେବେ ସମଗ୍ର ବିଶ୍ବରେ ଯେତେସଂଖ୍ୟକ କରୋନାଭାଇରସ୍ ଟିକା ଦିଆଯାଇ ସାରିଲାଣି ସେତକ ସମସ୍ତ ସ୍ବାସ୍ଥ୍ୟ ସେବା କର୍ମୀ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ଯଥେଷ୍ଟ ହୋଇ ଥାଆନ୍ତା। ଆଉ ଏବେ ଆମର ପରିସ୍ଥିତି ଭଲ ଥାଆନ୍ତା।
Image Courtesy of The Irish Timesଆମ ସମୟର ଏହି ମହାମାରୀ ଚିହ୍ନଟ ହେବାରେ ପ୍ରାୟ ୧୮ ମାସ ହୋଇଗଲାଣି, ତଥାପି ବିଶ୍ବ ଖୁବ୍ ବିପଜ୍ଜନକ ପରିସ୍ଥିତିରେ ରହିଛି। ସମଗ୍ର ୨୦୨୦ରେ ଯେତେ ସଂକ୍ରମଣ ମାମଲା ରେକର୍ଡ କରାଯାଇ ନ ଥିଲା ଆଜି ସୁଦ୍ଧା ସେତିକସଂଖ୍ୟକ ମାମଲା ରେକର୍ଡ କରାଯାଇ ସାରିଲାଣି।
Image Courtesy of Reutersଜାତୀୟ ଟିକା ନୀତି ପ୍ରଣୟନ କରି ନିହାତି ଟିକା ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କୁ ଟିକା ଦିଆଯାଉ। ଏବଂ ବାକି ଟିକା ‘କୋଭାକ୍ସ’କୁ ପ୍ରଦାନ କରାଯାଉ। କୋଭିଡ୍-୧୯ ମହାମାରୀର ଅବସାନ ଘଟିନାହିଁ। ସବୁ ଦେଶରେ ସଂକ୍ରମଣ ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ତା’ର ବିଲୟ ଘଟିବ ନାହିଁ।
ସୂଚନାଯୋଗ୍ୟ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ହିସାବ ଅନୁସାରେ, ୩୪,୫୯,୯୯୬ଜଣଙ୍କ ମୃତ୍ୟୁକୁ ମିଶାଇ ମେ ୨୪ ତାରିଖ ସୁଦ୍ଧା ସମଗ୍ର ବିଶ୍ବରେ ୧୬,୬୮,୬୦,୦୮୧ଜଣ କୋଭିଡ୍-୧୯ ଆକ୍ରାନ୍ତ ହୋଇଛନ୍ତି। ଉପରୋକ୍ତ ତାରିଖ ସୁଦ୍ଧା ସମଗ୍ର ବିଶ୍ବରେ ୧୪,୮୯୭,୨୭,୧୨୮ ଡୋଜ୍ ଟିକା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Not-Availibility-of-Vaccine_Thumbnail.jpg)