କୋଭିଡ୍ ପାଇଁ ପ୍ରଥମ ରୋଗ ପ୍ରତିରୋଧକ ଉପଚାର ଆରମ୍ଭ

ନୂଆଦିଲ୍ଲୀ : ପ୍ରମୁଖ ଔଷଧ ନିର୍ମାତା ଏଲି ଲିଲି ଏଣ୍ତ୍ କୋ. ପକ୍ଷରୁ ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ପରୀକ୍ଷାମୂଳକ ଭାବେ ପ୍ରଥମ ରୋଗ ପ୍ରତିରୋଧ ଉପଚାର ଆରମ୍ଭ କରାଯାଇଛି। କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଜଣେ ଆମେରିକୀୟ ରୋଗୀଙ୍କ ରକ୍ତ ନମୁନାରୁ ସୃଷ୍ଟ ‘ଲି-କୋଭ୍-୫୫୫’ ନାମକ ଏହି ରୋଗ ପ୍ରତିରୋଧକ ଔଷଧକୁ କୋଭିଡ୍-୧୯ ରୋଗୀଙ୍କ ଠାରେ ପ୍ରଥମ ପର୍ଯ୍ୟାୟ ପ୍ରୟୋଗ ଆରମ୍ଭ ହୋଇଛି। ୨୦୨୦ ଜୁନ୍‌ ଶେଷ ସୁଦ୍ଧା ଏହି ପରୀକ୍ଷା ନିରୀକ୍ଷାର ଫଳାଫଳ ଭିତ୍ତିରେ ଆଗାମୀ ଅକ୍ଟୋବର ମାସ ବେଳକୁ ବିଧିବଦ୍ଧ ଭାବେ ବ୍ୟବହାର ହେବ। ମାତ୍ର ତିନି ମାସ ଭିତରେ ବିକଶିତ ଏହି ସ୍ବତନ୍ତ୍ର ଔଷଧ ଅଭିନବ କରୋନାଭୂତାଣୁ ସାର୍ସ-କୋଭ-୨ ବିରୋଧରେ ଆଶାନୁରୂପ କାମ କରିବ ବୋଲି କମ୍ପାନି ପକ୍ଷରୁ ଆଶା କରାଯାଇଛି।

ସମ୍ବନ୍ଧିତ ଖବର