ଲଣ୍ଡନ୍ : କରୋନା ସଂକ୍ରମିତ ହେବା ପରେ ୯ ମାସ ପର୍ଯ୍ୟନ୍ତ ଶରୀରରେ ଏଣ୍ଟିବଡି ରହୁଛି । କରୋନାର ଲକ୍ଷଣ ଥାଉ କିମ୍ବା ନଥାଉ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ଏଣ୍ଟିବଡି ସ୍ତର ୯ ମାସ ପର୍ଯ୍ୟନ୍ତ ଅଧିକ ରହୁଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଇଟାଲି ସହରର କିଛି ତଥ୍ୟ ଆକଳନ କରି ଇଟାଲି ପଡୁଆ ବିଶ୍ବବିଦ୍ୟାଳୟ ଏବଂ ବ୍ରିଟେନ୍ରେ ଲଣ୍ଡନ ଇମ୍ପେରିଆଲ କଲେଜ୍ର ବିଶେଷଜ୍ଞମାନେ ଏହି ଅଧ୍ୟୟନ କରିଛନ୍ତି। ଜର୍ଣ୍ଣାଲ୍ ନେଚର କମ୍ୟୁନିକେସନ୍ସରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୦୨୦ ଫେବ୍ରୁଆରି, ମାର୍ଚ୍ଚରେ ସଂକ୍ରମିତ ହୋଇଥିବା ୯୮.୮ ପ୍ରତିଶତ ଲୋକମାନଙ୍କର ନଭେମ୍ବର ମାସରେ ଏଣ୍ଟିବଡି ସ୍ତର ଅଧିକ ରହିଛି। ତେବେ କରୋନା ଲକ୍ଷଣ ଥିବା ସଂକ୍ରମିତ ବ୍ୟକ୍ତି ଏବଂ ଲକ୍ଷଣ ନଥିବା ସଂକ୍ରମିତ ବ୍ୟକ୍ତିଙ୍କ ଏଣ୍ଟିବଡି ସ୍ତରରେ ବିଶେଷ କିଛି ତଫାତ ରହୁନି ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି।
ସଂକ୍ରମଣ ପରେ ୯ ମାସ ପର୍ଯ୍ୟନ୍ତ ରହୁଛି କୋଭିଡ୍ ଏଣ୍ଟିବଡି
/sambad/media/post_attachments/wp-content/uploads/2021/07/corona-cdc-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)