ଆମେରିକାରେ କରୋନା ପାଇଁ ଅତି ଖରାପ ସ୍ଥିତି ଉପୁଜିବ: ଟ୍ରମ୍ପ୍‌

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି କରୋନା ମହାମାରୀ ସଂକ୍ରାନ୍ତରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି , ଆମେରିକାରେ କରୋନା ମହାମାରୀ ନେଇ ପୂର୍ଣ୍ଣ ନିୟନ୍ତ୍ରଣ ଆସିବା ପୂର୍ବରୁ ପରିସ୍ଥିତି ଅତି ଖରାପ ହୋଇଯିବ। ଟ୍ରମ୍ପ୍‌ ମଧ୍ୟ ସମସ୍ତ ଆମେରିକୀୟଙ୍କୁ ମାସ୍କ ପିନ୍ଧିବାକୁ କହିଛନ୍ତି। ପୂର୍ବରୁ ଟ୍ରମ୍ପ ଭାଇରସ୍‌କୁ ନେଇ ଭିନ୍ନ ମତ ପୋଷଣ କରୁଥିଲେ। କିନ୍ତୁ ଏବେ ସେ ତାଙ୍କ ମତ ବଦଳାଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ଯଦି ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି ତା’ହେଲେ ମାସ୍କ ପିନ୍ଧିବାକୁ ହେବ।

ସମ୍ବନ୍ଧିତ ଖବର