ନୂଆଦିଲ୍ଲୀ: କରୋନା ମହାମାରୀକୁ ୯ ମାସ ବିତିଯାଇଥିଲେ ବି ବିଶେଷଜ୍ଞମାନେ ଏହାକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରିନାହାନ୍ତି। ଋତୁ ପରିବର୍ତ୍ତନ ସହ ଭାଇରସ୍ ଏହାର ରୂପ ବଦଳାଇବ କି ନା' ସେନେଇ ମଧ୍ୟ ବିଶେଷଜ୍ଞମାନେ ଅଧ୍ୟୟନ ଜାରି ରଖିଛନ୍ତି। ତେବେ ଶୀତରେ କୋଭିଡ୍ ଅତି ଭୟଙ୍କର ରୂପ ଦେଖାଇବ। ଶୀତ ଋତୁରେ ଅଧିକ ଶ୍ବାସକ୍ରିୟା ସଂକ୍ରମଣ ହୋଇଥାଏ। ତେଣୁ ଏହି ସମୟରେ କୋଭିଡ୍ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋଲି ଆକଳନ କରାଯାଉଛି। ନିତି ଆୟୋଗର ଜଣେ ସଦସ୍ୟ ଡ. ବିନୋଦ ପୌଲ୍ କହିଛନ୍ତି, ଆଗାମୀ ୨ରୁ ୩ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
ଆମକୁ ସମସ୍ତ ପ୍ରକାର ସଚେତନମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ମାସ୍କ ପିନ୍ଧିବାଠାରୁ ଆରମ୍ଭ କରି ସାମାଜିକ ଦୂରତା ଅବଲମ୍ବନ ଏବଂ ଆଗକୁ ପାର୍ବଣ ଋତୁ ଥିବାରୁ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ପୌଲ୍ କହିଛନ୍ତି। ଶୀତରେ ଅଧିକ ଭାଇରସ୍ ଏବଂ ସଂକ୍ରମଣ ହୋଇଥାଏ। ଆମକୁ ମଧ୍ୟ ଆଉ ଗୋଟିଏ କଥା ମନେ ରଖିବାକୁ ହେବ ଯେ, ସମଗ୍ର ବିଶ୍ବ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖିବାକୁ ଯାଉଛି। ଋତୁ ପରିବର୍ତ୍ତନ ସୟ ଭାରତରେ ବି କରୋନାକୁ ନେଇ ଅତି ଭୟଙ୍କର ସ୍ଥିତି ଉପୁଯିବ ବୋଲି ପୌଲ୍ କହିଛନ୍ତି। ବିଶ୍ବରେ ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇପାରନ୍ତି। ତେଣୁ ଏହାକୁ ନଜରରେ ରଖି ଅଧିକ ଟେଷ୍ଟିଂ ବଢ଼ାଇବାକୁ ପଡ଼ିବ ବୋଲି ପୌଲ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/corona-1.jpg)