ୱାସିଂଟନ୍: ଗତ ସପ୍ତାହରେ ବହୁ ଦେଶରେ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ଜନିତ ନୂଆ ସଂକ୍ରମଣ ସଂଖ୍ୟା ଅତି କ୍ଷିପ୍ର ବେଗରେ ବୃଦ୍ଧି ପାଇବା ସହ ଶୁକ୍ରବାର ଦିନ ସମଗ୍ର ବିଶ୍ବରେ ସମୁଦାୟ କୋଭିଡ୍-୧୯ ସଂକ୍ରମଣ ମାମଲା ୩୦ କୋଟି ଟପିଯାଇଛି।
ମହାମାରୀ ଆରମ୍ଭ ପର ଠାରୁ ଗତ ୭ ଦିନ ମଧ୍ୟରେ ୧୮ଟି ୟୁରୋପୀୟ ଏବଂ ୭ଟି ଆଫ୍ରିକୀୟ ଦେଶ ସମେତ ୩୪ଟି ଦେଶରେ ସାପ୍ତାହିକ ସଂକ୍ରମଣ ସଂଖ୍ୟା ସର୍ବାଧିକ ହୋଇଥିବା ରେକର୍ଡ କରାଯାଇଥିବା ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍ପି’ ରିପୋର୍ଟ କରିଛି।
Image Courtesy of India Todayପୂର୍ବ କରୋନାଭାଇରସ୍ ଭେରିଏଣ୍ଟ୍ଗୁଡ଼ିକ ତୁଳନାରେ ଓମିକ୍ରନ୍ ଯଥେଷ୍ଟ ଅଧିକ ସଂକ୍ରମଣଶୀଳ ବୋଲି ଜଣାପଡୁଥିଲେ ମଧ୍ୟ ଆକ୍ରାନ୍ତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ହେଉନାହିଁ।
Image Courtesy of NDTVକେବଳ ଗତ ସପ୍ତାହରେ ସମଗ୍ର ବିଶ୍ବରେ ୧୩.୫ ନିୟୁତ ଓମିକ୍ରନ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲେ ବି ହାରାହାରି ବୈଶ୍ବିକ ମୃତ୍ୟୁ ହାର ୩% ହ୍ରାସ ପାଇଛି।
ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍, କାନାଡା ଏବଂ ଇଜ୍ରାଏଲ୍ରୁ ତଥ୍ୟାବଳୀ ସଂଗ୍ରହ କରି ଶୁକ୍ରବାର ଦିନ ଫ୍ରାନ୍ସ୍ର ଜନସ୍ବାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ଓମିକ୍ରନ୍ ସଂକ୍ରମଣ କ୍ଷେତ୍ରରେ ଡାକ୍ତରଖାନାରେ ଭର୍ତ୍ତି ହେବା ହାର ୭୦% କମ୍ ରହୁଛି।
ସେ ଯାହାହେଉ ନା କାହିଁକି, ଦୈନିକ ବିଶ୍ବବ୍ୟାପୀ ୨ ନିୟୁତ ନୂଆ ସଂକ୍ରମଣ ମାମଲା ବାହାରୁ ଥିବାରୁ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପନ୍ନ ହୋଇଯିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Corona-Cases-30-Crores-Crosses-in-World_Thumbnail.jpg)