ୱାସିଂଟନ୍‌: ଗତ ସପ୍ତାହରେ ବହୁ ଦେଶରେ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ଜନିତ ନୂଆ ସଂକ୍ରମଣ ସଂଖ୍ୟା ଅତି କ୍ଷିପ୍ର ବେଗରେ ବୃଦ୍ଧି ପାଇବା ସହ ଶୁକ୍ରବାର ଦିନ ସମଗ୍ର ବିଶ୍ବରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୩୦ କୋଟି ଟପିଯାଇଛି।

Advertisment

ମହାମାରୀ ଆରମ୍ଭ ପର ଠାରୁ ଗତ ୭ ଦିନ ମଧ୍ୟରେ ୧୮ଟି ୟୁରୋପୀୟ ଏବଂ ୭ଟି ଆଫ୍ରିକୀୟ ଦେଶ ସମେତ ୩୪ଟି ଦେଶରେ ସାପ୍ତାହିକ ସଂକ୍ରମଣ ସଂଖ୍ୟା ସର୍ବାଧିକ ହୋଇଥିବା ରେକର୍ଡ କରାଯାଇଥିବା ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’ ରିପୋର୍ଟ କରିଛି।

publive-image Image Courtesy of India Today

ପୂର୍ବ କରୋନାଭାଇରସ୍‌ ଭେରିଏଣ୍ଟ୍‌ଗୁଡ଼ିକ ତୁଳନାରେ ଓମିକ୍ରନ୍ ଯଥେଷ୍ଟ ଅଧିକ ସଂକ୍ରମଣଶୀଳ ବୋଲି ଜଣାପଡୁଥିଲେ ମଧ୍ୟ ଆକ୍ରାନ୍ତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ହେଉନାହିଁ।

publive-image Image Courtesy of NDTV

କେବଳ ଗତ ସପ୍ତାହରେ ସମଗ୍ର ବିଶ୍ବରେ ୧୩.୫ ନିୟୁତ ଓମିକ୍ରନ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲେ ବି ହାରାହାରି ବୈଶ୍ବିକ ମୃତ୍ୟୁ ହାର ୩% ହ୍ରାସ ପାଇଛି।

ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍‌, କାନାଡା ଏବଂ ଇଜ୍ରାଏଲ୍‌ରୁ ତଥ୍ୟାବଳୀ ସଂଗ୍ରହ କରି ଶୁକ୍ରବାର ଦିନ ଫ୍ରାନ୍‌ସ୍‌ର ଜନସ୍ବାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ଓମିକ୍ରନ୍‌ ‌ସଂକ୍ରମଣ କ୍ଷେତ୍ରରେ ଡାକ୍ତରଖାନାରେ ଭର୍ତ୍ତି ହେବା ହାର ୭୦% କମ୍‌ ରହୁଛି।

ସେ ଯାହାହେଉ ନା କାହିଁକି, ଦୈନିକ ବିଶ୍ବବ୍ୟାପୀ ୨ ନିୟୁତ ନୂଆ ସଂକ୍ରମଣ ମାମଲା ବାହାରୁ ଥିବାରୁ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପନ୍ନ ହୋଇଯିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।