ଗତ ୨୪ ଘଣ୍ଟା ମଧ୍ୟରେ ୯୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ଦେଶରେ କରୋନା ସଂକ୍ରମଣ ୫୨ ଲକ୍ଷ ପାର୍‌

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ୫୨ ଲକ୍ଷ ପାର୍‌ ହୋଇ ୫୨ ଲକ୍ଷ ୧୪ ହଜାର ୬୭୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୬ ହଜାର ୪୨୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୧୧୭୪ ଜଣଙ୍କ କରୋନା‌‌ରେ ମୃତ୍ୟୁ ହୋଇଛି। ଫଳରେ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୮୪ ହଜାର ୩୭୨ରେ ପହଞ୍ଚିଛି। ଅନ୍ୟପକ୍ଷରେ ୪୧ ଲକ୍ଷ ୧୨ ହଜାର ୫୫୧ ଜଣ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି ଓ ଏବେ ଦେଶରେ ମୋଟ୍‌ ୧୦ ଲକ୍ଷ ୧୭ ହଜାର ୭୫୪ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୯.୫୨%। ମୃତ୍ୟୁହାର ୧.୬୨%କୁ କମିଯାଇଛି। ସେପ୍ଟେମ୍ବର ୧୭ ସୁଦ୍ଧା ଦେଶରେ ମୋଟ୍‌ ୬ କୋଟି ୧୫ ଲକ୍ଷ ୭୨ ହଜାର ୩୪୩ ନମୁନା ପରୀକ୍ଷା ହୋଇଛି ।

୫ ରାଜ୍ୟ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ସକ୍ରିୟ ମାମଲା ଅଧିକ ରହିଛି। ଏହି ୫ଟି ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ୮୭ ହଜାର ୪୭୨ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ୍‌ ଆରୋଗ୍ୟ ହାର ୭୮.୮୬ ପ୍ରତିଶତକୁ ବୃଦ୍ଧି ପାଇଛି। ଲଗାତାର ୧୧ ଦିନ ଧରି ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୭୦ ହଜାରରୁ ଅଧିକ ରହୁଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବିଶ୍ବରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ଟପି ୩ କୋଟି ୩ ଲକ୍ଷ ୮୦ ହଜାରରେ ପହଞ୍ଚିଥିବାବେଳେ ୯ ଲକ୍ଷ ୫୧ ହଜାର ୧୫୦ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର