ଦେଶରେ ଏବେ ୧୨୫ଟି ଜିଲ୍ଲାରେ ଦିନକୁ ୧୦୦ରୁ ଅଧିକ ସଂକ୍ରମଣ ମାମଲା 

ନୂଆଦିଲ୍ଲୀ : ବିଗତ କିଛି ସପ୍ତାହ ହେଲା ଦେଶରେ କରୋନା ସଂକ୍ରମଣରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି । ଗତ ମେ ୪ରେ ସମାପ୍ତ ସପ୍ତାହରେ ଦେଶର ୫୩୧ଟି ଜିଲ୍ଲାରେ ଦିନକୁ ୧୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିଲା । ଜୁନ ୪ରେ ସମାପ୍ତ ସପ୍ତାହରେ ତାହା ୨୬୨ଟି ଜିଲ୍ଲା ଓ ଏବେ ତାହା ୧୨୫ଟି ଜିଲ୍ଲାକୁ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

ସେହିପରି ଦେଶର ଆରୋଗ୍ୟ ହାର ନିୟମିତ ଭାବେ ବଢିଚାଲିଛି । ମେ ୩ରେ ଦେଶର ଆରୋଗ୍ୟ ହାର ୮୧.୮ ପ୍ରତିଶତ ଥିବାବେଳେ ଏବେ ତାହା ୯୬.୭ ପ୍ରତିଶତକୁ ବୃଦ୍ଧି ପାଇଛି ।

ଭାରତ ସମେତ ସମଗ୍ର ବିଶ୍ବରେ ଏବେ କରୋନା ଭୁତାଣୁର ୪ ପ୍ରକାରର ଭାରିଆଣ୍ଟ ଚିହ୍ନଟ ହୋଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ତାହାକୁ ଆଲଫା, ବିଟା,ଗାମା ଓ ଡେଲଟା ଭାରିଆଣ୍ଟ ଭାବେ ନାମିତ କରାଯାଇଛି । ଡେଲଟା ଭାରିଆଣ୍ଟ ଭାରତରେ ଚିହ୍ନଟ ହୋଇଛି ଓ ଜଣେ ଭାରତୀୟ ବୈଜ୍ଞାନିକ ଏହାକୁ ଚିହ୍ନଟ କରିଛନ୍ତି ବୋଲି କେନ୍ଦ୍ର ବାୟୋଟେକନଲୋଜୀ ବିଭାଗର ସଚିବ ଡ.ରେଣୁ ସ୍ବରୂପ କହିଛନ୍ତି ।

ସମ୍ବନ୍ଧିତ ଖବର