ଚୀନ୍‌ର କୋଭିଡ୍‌ ପରିସ୍ଥିତି ଜଟିଳ: ଏନ୍‌ଏଚ୍‌ସି ଅଧିକାରୀ

ବେଜିଂ : ଚୀନ୍‌ରେ ସଦ୍ୟ ଦେଖାଦେଇଥିବା କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି ବୋଲି ଜନୈକ ସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି। ଉତ୍ତରପୂର୍ବ ସୀମାରେ ସଂକ୍ରମଣ ବଢ଼ୁଥିବାରୁ ବନ୍ଦର ଓ ପ୍ରବେଶ ପଥଗୁଡ଼ିକରେ ସତର୍କ ରହିବାକୁ ସରକାର ଆଦେଶ ଦେଇଛନ୍ତି। ଅକ୍ଟୋବର ୧୭ରୁ ୨୯ ଭିତରେ ୩୭୭ଟି ଘରୋଇଭାବେ ସଂକ୍ରମିତ ମାମଲା ପାଞ୍ଜୀକୃତ ହୋଇଛି ବୋଲି ଜାତୀୟ ସ୍ବାସ୍ଥ୍ୟ ଆୟୋଗ (ଏନ୍‌ଏଚ୍‌ସି) ତଥ୍ୟରୁ ଜଣାପଡ଼ିଛି।

ଚୀନ୍ ୨୦୨୦ରେ ଏକ ବଡ଼ ଧରଣର ସଂକ୍ରମଣକୁ ରୋକିଥିବା ବେଳେ ଚଳିତବର୍ଷ ଏକାଧିକ ସଂକ୍ରମଣକୁ ମଧ୍ୟ ନିୟନ୍ତ୍ରଣାଧୀନ କରିପାରିଛି। ତେବେ ବର୍ତ୍ତମାନ ଯେତିକି ସଂକ୍ରମଣ ହୋଇଛି, ତାହା ବାହାର ଦେଶଗୁଡ଼ିକ ତୁଳନାରେ ନଗଣ୍ୟ। ତଥାପି ଏତିକି ସଂକ୍ରମଣରେ ଚୀନ୍ ବ୍ୟସ୍ତ ହୋଇପଡ଼ିଛି। ବିଶ୍ବର ଅଧିକାଂଶ ଦେଶ କୋଭିଡ୍‌ ସହ ବଞ୍ଚିବା ପାଇଁ ଚେଷ୍ଟା କରୁଥିବା ବେଳେ ଚୀନ୍ ଶୂନ୍ୟ-ସହନଶୀଳତା ପ୍ରଦର୍ଶନ କରିଆସିଛି। ସୀମାର ପ୍ରବେଶପଥ ଓ ବନ୍ଦରଗୁଡ଼ିକରେ ସତର୍କ ରହିବା ପାଇଁ କର୍ମକର୍ତ୍ତାମାନଙ୍କୁ ଚୀନ୍ ଆଦେଶ ଦେଇଛି। ଗତ ୧୪ ଦିନ ଭିତରେ ୧୪ଟି ଅଞ୍ଚଳରେ ଘରୋଇଭାବେ ନୂତନ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଥିବାରୁ ସରକାର ବ୍ୟସ୍ତ ହୋଇପଡ଼ିଥିବା ଏନ୍‌ଏଚ୍‌ସି ମୁଖପାତ୍ର ମି ଫେଙ୍ଗ କହିଛନ୍ତି।

ସମ୍ବନ୍ଧିତ ଖବର