ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ହାର କମିବା ମନ୍ଥର ହୋଇଯାଇଛି। କିଛି ରାଜ୍ୟରେ ଦୈନିକ ସଂକ୍ରମଣ ଲଗାତାର ଭାବେ ବଢ଼ୁଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ଓଡ଼ିଶାରେ ଦେଶର ନୂଆ ସଂକ୍ରମଣ ମାମଲାର ୭୪.୦୧ ପ୍ରତିଶତ ଚିହ୍ନଟ ହୋଇଛି। କେରଳରେ ଗତକାଲି ୧୩,୭୩୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୮,୦୧୦, ଆନ୍ଧ୍ରପ୍ରଦେଶରେ ୨,୫୨୬, ତାମିଲନାଡ଼ୁରେ ୨,୪୦୫ ଏବଂ ଓଡ଼ିଶାରେ ୨,୧୧୦ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୮,୯୪୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୪୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୧୦,୨୬,୮୨୯ ଏବଂ ମୃତ୍ୟୁସଂଖ୍ୟା ୪,୧୨,୫୩୧ରେ ପହଞ୍ଚିଛି ।
ଦେଶରେ ସକ୍ରିୟ ମାମଲା ଏବେ ୪,୩୦,୪୨୨। ଏହା ମୋଟ୍ ସଂକ୍ରମଣ ମାମଲାର ମାତ୍ର ୧.୩୯ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୭.୨୮ ପ୍ରତିଶତକୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଗୁରୁବାର ଦେଶରେ ୧୯,୫୫,୯୧୦ ନମୂନା ଟେଷ୍ଟ୍ ହୋଇଛି। ଦେଶରେ ମୋଟ୍ ଟେଷ୍ଟିଂ ୪୪,୦୦,୨୩,୨୩୯କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ ପଜିଟିଭ୍ ହାର ଏବେ ୧.୯୯ ପ୍ରତିଶତ ରହିଛି । ଲଗାତାର ୨୫ ଦିନ ଧରି ଦେଶରେ ପଜିଟିଭ୍ ହାର ୩ ପ୍ରତିଶତ ତଳେ ରହୁଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍ ହାର ୨.୧୪ ପ୍ରତିଶତ ରହିଛି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୩,୦୧,୮୩,୮୭୬କୁ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/coronavirus-_PTI.jpg)