ନୂଆଦିଲ୍ଲୀ  : ଦେଶରେ ଗତ ୨୪ ଘଣ୍ଟାରେ ୧୦,୫୪୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪୮୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୫,୫୫,୪୩୧। ଅନ୍ୟପକ୍ଷେ କରୋନା ମୃତ୍ୟୁସଂଖ୍ୟା ୪,୬୭,୪୬୮। ଦେଶରେ ସକ୍ରିୟ ମାମଲା ୧,୧୦,୧୩୩। ଲଗାତାର ୪୯ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୨୦ ହଜାର ତଳେ ରହିଛି। ଅନ୍ୟପକ୍ଷେ ଲଗାତାର ୧୫୨ ଦିନ ଧରି ଦେଶରେ ‌ଦୈନିକ ସଂକ୍ରମଣ ୫୦ ହଜାର ତଳେ ରହିଛି।

Advertisment

ଦେଶରେ ଆରୋଗ୍ୟ ହାର ୯୮.୩୩ ପ୍ରତିଶତ। ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୩୯,୭୭,୮୩୦। ଦେଶରେ ଏଯାବତ ୬୩.୭୧ କୋଟି କୋଭିଡ୍‌ ଟେଷ୍ଟ୍‌ ହୋଇଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୦.୮୯ ପ୍ରତିଶତ। ଲଗାତାର ୫୩ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିଛି। ଅନ୍ୟପକ୍ଷେ ଗତ ୧୨ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୧ ପ୍ରତିଶତ ତଳେ ରହିଛି। ଦେଶରେ ମୋଟ୍‌ ମୃତ୍ୟୁରୁ ମହାରାଷ୍ଟ୍ରରେ ସର୍ବାଧିକ ୧,୪୦,୮୫୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ , କେରଳରେ ୩୮,୭୩୭, କର୍ଣ୍ଣାଟକରେ ୩୮,୧୮୭, ତାମିଲନାଡ଼ୁରେ ୩୬,୪୩୨ , ଦିଲ୍ଲୀରେ ୨୫,୦୯୫, ଉତ୍ତରପ୍ରଦେଶରେ ୨୨,୯୦୯ ଏବଂ ପଶ୍ଚିମବଙ୍ଗରେ ୧୯, ୪୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।