ଦେଶରେ ୨.୬୪ ଲକ୍ଷ ନୂଆ ମାମଲା, ୨୩୯ ଦିନରେ ସର୍ବାଧିକ

ଦିଲ୍ଲୀ ପଜିଟିଭ୍‌ ହାର ୩୦% ଟପିଲା

ନୂଆଦିଲ୍ଲୀ : ଦେଶରେ ୨,୬୪,୨୦୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୬.୭ ପ୍ରତିଶତ ବୃଦ୍ଧି ହୋଇଛି। ୨୩୯ ଦିନରେ ଦେଶରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୩୧୫ ଜଣଙ୍କ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪୮୫,୩୫୦ ପହଞ୍ଚିଛି। ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୩ ପହଞ୍ଚିଛି। ଓମିକ୍ରନ୍‌ ମାମଲାରେ ୪.୮୩ ପ୍ରତିଶତ ବୃଦ୍ଧି ହୋଇଛି। ‌ଦେଶରେ ସକ୍ରିୟ ମାମଲା ୧୨,୭୨,୦୭୩କୁ ବୃଦ୍ଧି ପାଇଛି। ୨୨୦ ଦିନ‌ରେ ଏହା ସର୍ବାଧିକ। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୩.୪୮ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୫.୨୦ ପ୍ରତିଶତ।

ଦେଶରେ ଦୈନିକ ପଜିଟିଭ୍‌ ହାର ୧୪.୭୮ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୧୧.୮୩ ପ୍ରତିଶତ। ଦେଶରେ ମୋଟ୍‌ ଟିକାକରଣ ୧୫୫.୩୯ କୋଟି ଟପିଛି। କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪୬,୪୦୬ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୩୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପ‌କ୍ଷେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୮,୮୬୭ ନୂଆ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ପଜିଟିଭ୍‌ ହାର ୨୯ ପ୍ରତିଶତକୁ ବୃଦ୍ଧି ପାଇଛି। କେରଳରେ ଲଗାତାର ୨ ଦିନ ଧରି ସଂକ୍ରମଣ ମାମଲା ୧୦ ହଜାର ଉପରେ ଅଛି। ‌କେରଳରେ ଆଜି ୧୩,୪୬୮ ନୂଆ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୭,୮୭,୪୫୭ ନମୁନା ‌ଟେଷ୍ଟ୍‌ ହେବା ସହ ମୋଟ୍‌ ୬୯.୯୦ କୋଟି ନମୁନା ଟେଷ୍ଟ୍‌ କରାଯାଇଛି।

ଦିଲ୍ଲୀ ପଜିଟିଭ୍‌ ହାର ୩୦% ଟପିଲା
ଦୂଆଦିଲ୍ଲୀ : ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୪,୩୮୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଦିଲ୍ଲୀ ସଂକ୍ରମଣ ମାମଲାରେ ୧୫.୫ ପ୍ରତିଶତ ହ୍ରାସ ହୋଇଛି। ଅନ୍ୟପକ୍ଷେ ଦିଲ୍ଲୀରେ ପଜିଟିଭ୍‌ ହାର ୩୦ ପ୍ରତିଶତ ଟପିଯାଇଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୬,୨୩୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। କେରଳରେ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ାକଡ଼ି ହୋଇଛି। ୨ ଦିନ ଧରି କେରଳରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଛି। କେରଳରେ ଆଜି ୧୬,୩୩୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଜାନୁଆରି ୨୧ରୁ କେରଳରେ ପ୍ରଥମରୁ ନବମ ପର୍ଯ୍ୟନ୍ତ ଅନଲାଇନ୍‌ କ୍ଲାସ୍‌ ହେବ। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର