ନୂଆଦିଲ୍ଲୀ : ଭାରତରେ ରବିବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୧,୨୭,୯୫୨ ଜଣ ବ୍ୟକ୍ତି କୋଭିଡ୍-୧୯ ଦ୍ବାରା ନୂଆ ସଂକ୍ରମିତ ହୋଇଥିବା ବେଳେ ମୋଟ ସଂକ୍ରମଣ ସଂଖ୍ୟା ୪,୨୦,୮୦,୬୬୪ରେ ପହଞ୍ଚିଛି। କିନ୍ତୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୩,୩୧,୬୪୮କୁ ହ୍ରାସ ପାଇଛି। ଶନିବାର ୧,୦୫୯ ଜଣ ବ୍ୟକ୍ତିଙ୍କର ୨୪ ଘଣ୍ଟାରେ ମୃତ୍ୟୁ ହୋଇଥବା ବେଳେ ମୋଟ ମୃତ୍ୟୁସଂଖ୍ୟା ୫,୦୧,୧୧୪ରେ ପହଞ୍ଚିଛି। ବର୍ତ୍ତମାନ ସକ୍ରିୟ ସଂଖ୍ୟା ମୋଟ ସଂକ୍ରମଣ ସଂଖ୍ୟାର ୩.୧୬ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଆରୋଗ୍ୟ ହାର ୯୫.୬୪ ପ୍ରତିଶତ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ସକ୍ରିୟ ସଂଖ୍ୟାରେ ୧,୦୩,୯୨୧ ହ୍ରାସ ଘଟିଛି।
ଭାରତରେ ୧.୨୭ ଲକ୍ଷ ନୂଆ କୋଭିଡ୍ ମାମଲା, ୧୦୦୦ରୁ ଅଧିକ ମୃତ୍ୟୁ
/sambad/media/post_attachments/wp-content/uploads/2022/01/corona-infection.jpg)