ନୂଆଦିଲ୍ଲୀ, : ଦେଶରେ ଶୁକ୍ରବାର ଦିନ ୫୮,୦୭୭ ନୂଆ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୨୫,୩୬,୧୩୭ରେ ପହଞ୍ଚିଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ୬୫୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୦୭,୧୭୭ରେ ପହଞ୍ଚିଛି। ସକ୍ରିୟ ମାମଲା ୬,୯୭,୮୦୨ ରହିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୧.୬୪ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୭.୧୭ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୯୨,୯୮୭ ହ୍ରାସ ହୋଇଛି। ଦେଶରେ ପଜିଟିଭ୍ ହାର ୪ ପ୍ରତିଶତ ତଳେ ରହିଛି। ଦୈନିକ ପଜିଟିଭ୍ ହାର ଏବେ ୩.୮୯ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୫.୭୬ ପ୍ରତିଶତ। ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪,୧୩,୩୧,୧୫୮। ଅନ୍ୟପକ୍ଷେ ମୃତ୍ୟୁହାର ୧.୧୯ ପ୍ରତିଶତ ରହିଛି । ଟିକାକରଣ ୧୭୧.୭୯ କୋଟି ଅତିକ୍ରମ କରିଛି।
ଦେଶରେ ପଜିଟିଭ୍ ହାର ୪% ତଳେ
/sambad/media/post_attachments/wp-content/uploads/2022/01/corona-infection.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)