ନୂଆଦିଲ୍ଲୀ : ଦେଶରେ ୨୭,୪୦୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୧୯.୬ ପ୍ରତିଶତ ହ୍ରାସ ହୋଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୩୪୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ଏବେ ୪,୨୩,୧୨୭। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୯୯ ପ୍ରତିଶତ। ଦେଶରେ ଦୈନିକ ପଜିଟିଭ୍ ହାର ୩.୧୯ ପ୍ରତିଶତରୁ ୨.୨୩ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍ ହାର ୩.୬୩ ପ୍ରତିଶତ। ଦେଶରେ ଆରୋଗ୍ୟ ହାର ୯୭.୮୨ ପ୍ରତିଶତ। ଗତ ୨୪ ଘଣ୍ଟାରେ ୮୨,୮୧୭ ଜଣ କରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪,୧୭,୬୦,୪୫୮କୁ ବୃଦ୍ଧି ପାଇଛି। ଜାତୀୟ ଟିକାକରଣ ଅଭିଯାନ ଅଧୀନରେ ଦେଶରେ ମୋଟ୍ କରୋନା ଟିକାକରଣ ସଂଖ୍ୟା ୧୭୩.୪୨ କୋଟି ଟପିଯାଇଛି। ଅନ୍ୟପକ୍ଷେ ବିଶ୍ବରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୦ କୋଟି ଟପିଯାଇଛି।
ଦେଶରେ ଦୈନିକ ସଂକ୍ରମଣ ୩୦ ହଜାର ତଳେ
/sambad/media/post_attachments/wp-content/uploads/2022/01/ganjam-odisha-covid-testing.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)