ଦୈନିକ ସଂକ୍ରମଣ ହାର ୧ ପ୍ରତିଶତକୁ ଖସିଲା; ନୂଆ ମାମଲା ୧୦,୨୭୩

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦,୨୭୩ ନୂଆ କୋଭିଡ୍‌ ମାମଲା ରିପୋର୍ଟ ହୋଇଛି। ଦେଶର ଦୈନିକ କୋଭିଡ ସଂକ୍ରମଣ ହାର ୧%କୁ ହ୍ରାସ ପାଇଛି। ମୋଟ ସଂକ୍ରମଣ ୪,୨୯,୧୬,୧୧୭ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫,୧୩,୭୨୪ରେ ପହଞ୍ଚିଛି। ସକ୍ରିୟ ମାମଲା ୧,୨୦,୦୦୦ ତଳକୁ ଖସିଛି ଏବଂ ବର୍ତ୍ତମାନ ଏହି ସଂଖ୍ୟା ୧,୧୧,୪୭୨ରେ ପହଞ୍ଚିଛି। ଶନିବାର ଦେଶରେ ୧୧,୪୯୯ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିଲା। କ୍ରମାଗତ ୨୧ ଦିନ ପାଇଁ ଦୈନିକ କୋଭିଡ ସଂକ୍ରମଣ ମାମଲା ଏକ ଲକ୍ଷରୁ କମ୍ ରହି ଆସିଛି।

ସମ୍ବନ୍ଧିତ ଖବର