ନୂଆଦିଲ୍ଲୀ : ଦିଲ୍ଳୀରେ ଶୁକ୍ରବାର ଦିନ ୧୬୫୬ ନୂଆ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗୁରୁବାର ଦିନ ଦିଲ୍ଲୀରେ ୧୩୬୫ ନୂଆ ମାମଲା ଚିହ୍ନଟ ହୋଇଥିଲା। ଦିଲ୍ଲୀ ଦୈନିକ ସଂକ୍ରମଣରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି। ଦିଲ୍ଳୀରେ ପଜିଟିଭ୍ ହାର ୫.୩୯ ପ୍ରତିଶତ ଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୮,୯୧,୪୨୫ରେ ପହଞ୍ଚିଛି। ଅନ୍ୟପକ୍ଷେ କରୋନା ମୃତ୍ୟୁସଂଖ୍ୟା ୨୬,୧୭୭ ରହିଛି।
ଅନ୍ୟପକ୍ଷେ ଦେଶରେ ଶୁକ୍ରବାର ଦିନ ୩,୫୪୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୭ ନୂଆ କରୋନା ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୯୪,୯୩୮ ଏବଂ କରୋନା ମୃତ୍ୟୁସଂଖ୍ୟା ୫,୨୪,୦୦୨ ରହିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୫ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ ରହିଛି । ଦେଶରେ ଦୈନିକ ପଜିଟିଭ୍ ହାର ୦.୭୬ ଏବଂ ସାପ୍ତାହିକ ପଜିଟିଭ୍ ହାର ୦.୭୯ ପ୍ରତିଶତ ରହିଛି। ମୃତ୍ୟୁହାର ୧.୨୨ ପ୍ରତିଶତ ଥିବା ବେଳେ ଦେଶରେ ମୋଟ୍ ଟିକାକରଣ ୧୮୯.୮୧ କୋଟି ଟପିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Corona-Virus-2-1.jpg)