ନୂଆଦିଲ୍ଲୀ : ଶୁକ୍ରବାର ଦେଶରେ ୭୯୬ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଫଳରେ ୧୦୯ ଦିନ ପରେ ଦେଶରେ ସକ୍ରିୟ ମାମଲା ୫୦୦୦ ଟପି ୫,୦୨୬ରେ ପହଞ୍ଚିଛି। ଗତ କିଛି ସପ୍ତାହ ହେଲା ଦେଶରେ ସଂକ୍ରମଣ ବଢ଼ୁଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୧ ପ୍ରତିଶତ।
ଅନ୍ୟପକ୍ଷେ ଦେଶରେ ମୃତ୍ୟୁ ହାର ୧.୧୯ ପ୍ରତିଶତ। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୬ କୋଟି। ୫ ନୂଆ କରୋନା ମୃତ୍ୟୁ ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୦,୭୯୫ରେ ପହଞ୍ଚିଛି। ମୋଟ୍ ୪,୪୧,୫୭,୬୮୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୬ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡ଼ୁ, କେରଳ ଏବଂ କର୍ଣ୍ଣାଟକରେ ସଂକ୍ରମଣ ବଢ଼ୁଛି। ତେଣୁ ସତର୍କତା ଅବଲମ୍ବନ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଗୁଜରାଟରେ ପଜିଟିଭ୍ ହାର ୧.୧୧ ପ୍ରତିଶତ। କେରଳ ଏବଂ କର୍ଣ୍ଣାଟକରେ ପଜିଟିଭ୍ ହାର ଯଥାକ୍ରମେ ୨.୬୪ ପ୍ରତିଶତ ଏବଂ ୨.୭୭ ପ୍ରତିଶତ। ଏବେ ସୁଦ୍ଧା ଦେଶରେ ୨୨୦.୬୪ କୋଟି କରୋନା ଟିକା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/covid-2.jpg)