ନୂଆଦିଲ୍ଲୀ : ଲଗାତାର ୨ ଦିନ ଧରି ଦେଶରେ ଦୈନିକ କରୋନା ସଂକ୍ରମଣ ୧୮୦୦ ଉପରେ ରହିଛି। ରବିବାର ଦେଶରେ ଦୈନିକ ସଂକ୍ରମଣ ୧୮୯୦ ଥିବାବେଳେ ସୋମବାର ଦିନ ମଧ୍ୟ ୧୮୦୫ ନୂଆ ମାମଲା ଚିହ୍ନଟ ହୋଇଛି। ଫଳରେ ଦେଶରେ ସକ୍ରିୟ ମାମଲା ୧୦ ହଜାର ଟପିଯାଇଛି। ଦେଶରେ ଦୈନିକ ପଜିଟିଭ୍ ହାର ୩.୧୯ ପ୍ରତିଶତ ରହିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଚଣ୍ଡିଗଡ଼, ଗୁଜରାଟ, ହିମାଚଳପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ପୂର୍ବର ୨ଟି ମୃତ୍ୟୁକୁ ନୂଆ ତଥ୍ୟରେ ଯୋଡ଼ିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୦୫,୯୫୨ରେ ଏବଂ ମୃତ୍ୟୁସଂଖ୍ୟା ୫,୩୦,୮୩୭ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୨ ପ୍ରତିଶତ ଥିବାବେଳେ ଦେଶରେ ଜାତୀୟ ଆରୋଗ୍ୟ ହାର ୯୮.୭୯ ପ୍ରତିଶତ ରହିଛି। ମୋଟ୍ ୪,୪୧,୬୪,୮୧୫ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/covid-ffff.jpg)