ୱାସିଂଟନ୍ : କରୋନା ମୁକାବିଲା ଦିଗରେ ଆମେରିକା ସଂପୂର୍ଣ୍ଣ ଭୁଲ୍ ବାଟରେ ଯାଉଛି। ଆମେରିକାର ଭୁଲ୍ ପାଇଁ ଏହାକୁ ଅତି ଭୟଙ୍କର ପରିସ୍ଥିତି ସାମ୍ନା କରିବାକୁ ପଡ଼ିବ। ଆଗକୁ ଆମେରିକା ଦିନକୁ ୧ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଦେଖିବ ବୋଲି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫସି କହିଛନ୍ତି। ଆମେରିକାରେ ଏବେ ଦୈନିକ ପ୍ରାୟ ୪୦ ହଜାର ସଂକ୍ରମଣ ରହୁଛି କିନ୍ତୁ ଅବହେଳା ପାଇଁ ଆମେରିକା ଦିନକୁ ୧ ଲକ୍ଷ ମାମଲା ଦେଖିପାରେ। ଦକ୍ଷିଣ ଏବଂ ପଶ୍ଚିମ ପ୍ରଦେଶରେ ସଂକ୍ରମଣ ହଠାତ୍ ବଢ଼ିଯାଇଛି। ଏଥିପାଇଁ ୧୨ଟି ପ୍ରଦେଶରେ ହସ୍ପିଟାଲ୍ ସୁବିଧା ମଧ୍ୟ ବୃଦ୍ଧି କରାଯାଇଛି । ତେଣୁ ଆମେରିକାରେ କରୋନା ମୁକାବିଲା ପାଇଁ ଆହୁରି ଅଧିକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ନଚେତ୍ ଅତି ଭୟଙ୍କର ସ୍ଥିତି ଉପୁଜିବ ବୋଲି ଫସି କହିଛନ୍ତି। ଏହା ସ୍ପଷ୍ଟ ହୋଇଯାଉଛି ଯେ, ଆମେରିକାରେ ଭାଇରସ୍ ଆଦୌ ନିୟନ୍ତ୍ରଣରେ ନାହିଁ। ଆମେରିକାରେ ମୃତ୍ୟୁସଂଖ୍ୟା କମୁଥିଲେ ମଧ୍ୟ ଏହା ଏବେ ବି ଅତି ବିପଜ୍ଜନକ ସ୍ଥିତିରେ ରହିଛି।
ଦିନକୁ ଲକ୍ଷାଧିକ ସଂକ୍ରମଣ ଦେଖିପାରେ ଆମେରିକା
/sambad/media/post_attachments/wp-content/uploads/2020/07/3614b2b02f034fc4b675ff037c793a63_18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)