ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୮୭.୨୮ ଲକ୍ଷକୁ ବୃଦ୍ଧି, ୨୪ ଘଣ୍ଟାରେ ୫୪୭ ମୃତ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ଗତ ୨୪ ଘଣ୍ଟାରେ  ପ୍ରାୟ ୪୪ ହଜାର ୮୭୯ ନୂଆ ସଂକ୍ରମଣ ସହ  ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୮୭,୨୮,୭୯୫ ରେ ପହଞ୍ଚିଛି ଓ ୫୪୭ ଜଣ ମୃତ୍ୟୁବରଣ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା୮୭୨୮୭୯୫ ରେ ପହଞ୍ଚିଛି । ଏହା ମଧ୍ୟରୁ ୪,୮୪,୫୪୭ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୨୮,୬୬୮ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮୧,୧୫,୫୮୦ ରେ ପହଞ୍ଚିଛି ।

ଦେଶରେ କରୋନା ସଂକ୍ରମଣ କମୁଥିବାବେଳେ ଆଗାମୀ ଦିନରେ ସଂକ୍ରମଣର ୨ୟ ଲହରୀ ଆସିବାର ଆଶଙ୍କା କରୁଛନ୍ତି ବିଶେଷଜ୍ଞ ଓ ସରକାର ।

ଅନ୍ୟପକ୍ଷରେ ସାରା ବିଶ୍ୱରେ ମଙ୍ଗଳବାର  ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ କୋଟି ୨୬ ଲକ୍ଷ ଓ ମୃତ୍ୟୁସଂଖ୍ୟା ୧୨.୯୨ ଲକ୍ଷ ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଟପିଯାଇଛି ।  ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି ।

 

ସମ୍ବନ୍ଧିତ ଖବର