ନୂଆଦିଲ୍ଲୀ : ୨୦୨୧ ଶିକ୍ଷାବର୍ଷ ପାଇଁ ବିଶ୍ବବ୍ୟାପୀ ବିଭିନ୍ନ ରାଷ୍ଟ୍ରର ବିଶ୍ବବିଦ୍ୟାଳୟଗୁଡ଼ିକରେ ଆବେଦନ ପ୍ରକ୍ରିୟା ଏବେଠାରୁ ଆରମ୍ଭ ହୋଇଗଲାଣି। ଆମେରିକା, କାନାଡ଼ା, ବ୍ରିଟେନ୍ ଏବଂ ଅଷ୍ଟ୍ରେଲିଆରେ ଅଧ୍ୟୟନରତ ଅନ୍ତର୍ଜାତୀୟ ଛାତ୍ରଙ୍କ ମଧ୍ୟରେ ସବୁଠୁ ଅଧିକ ହେଉଛନ୍ତି ଭାରତୀୟ। ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଭାରତୀୟ ଛାତ୍ରମାନେ ବିଦେଶରେ ଥିବା ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ପାଇଁ ଆବେଦନ କରିବା ଆରମ୍ଭ କରିଦେଲେଣି। କରୋନାର ଭୟ ବିଦେଶରେ ପଢ଼ିବା ସ୍ବପ୍ନକୁ ଭାଙ୍ଗି ଦେଇନି। କୋଭିଡ୍ ସମସ୍ୟା ସତ୍ତ୍ବେ ୨୦୨୧ବର୍ଷରେ ବିଦେଶରେ ଅଧ୍ୟୟନ ପାଇଁ ଛାତ୍ରମାନଙ୍କ ମଧ୍ୟରେ ଅଧିକ ପ୍ରତିଯୋଗିତା ହେବ ବୋଲି ଏକ ଆକଳନରୁ ଜଣାପଡ଼ିଛି।
ବିଶ୍ବରେ ଅଧିକାଂଶ ବିଶ୍ବବିଦ୍ୟାଳୟ ୨୦୨୧ ବର୍ଷ ପାଇଁ ଫର୍ମ ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି। କିନ୍ତୁ ଅନ୍ତର୍ଜାତୀୟ ଛାତ୍ରଙ୍କୁ ସେମାନେ ପରିସର ମଧ୍ୟକୁ ପ୍ରବେଶ କରାଇବେ କି ନା’ ତାହା ଏଯାବତ୍ ଜଣାପଡ଼ିନି। ରାଷ୍ଟ୍ରମାନଙ୍କର ବିଦେଶ ଯାତ୍ରା ନିୟମ ଏବଂ କୋଭିଡ୍ ସଂକ୍ରାନ୍ତ କଟକଣା ଉପରେ ଏହି ନିଷ୍ପତ୍ତି ନିର୍ଭର କରୁଛି। ତେବେ ଏ ସମସ୍ତ ଅନିଶ୍ଚିତତା ସତ୍ତ୍ବେ ଛାତ୍ରମାନେ ବିଦେଶରେ ଉଚ୍ଚ ଶିକ୍ଷା ଗ୍ରହଣ କରିବାପାଇଁ ବ୍ୟାକୁଳ ହୋଇପଡ଼ିଛନ୍ତି। ଭାରତ ମଧ୍ୟ ଏଥିରେ ପଛରେ ନାହିଁ। ଅନ୍ତର୍ଜାତୀୟ ଶିକ୍ଷାକ୍ଷେତ୍ରରେ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ, ୨୦୨୧ରେ ଛାତ୍ରମାନେ ଅଧିକ ପ୍ରତିଯୋଗିତା ସାମ୍ନା କରିବେ। ୨୦୨୦ରେ ବିଦେଶରେ ପଢ଼ିବାର ଲକ୍ଷ୍ୟ ରଖିଥିବା ଛାତ୍ରମାନେ ପୁଣି ୨୦୨୧ ଶିକ୍ଷାବର୍ଷରେ ଆବେଦନ କରିଥିବାରୁ ଆବେଦନକାରୀଙ୍କ ସଂଖ୍ୟା ଅଧିକ ରହିବ। ତେଣୁ ପ୍ରତିଯୋଗିତା ମଧ୍ୟ ପୂର୍ବାପେକ୍ଷା ଅଧିକ ବଢ଼ିଯିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/study-abroad_story_647_102817064437.jpg)