ୱାସିଂଟନ୍ : ମହାମାରୀ ବର୍ଷ ଭାବେ ବିବେଚିତ ୨୦୨୦କୁ ଆଜି ବିଶ୍ବ ବିଦାୟ ଦେଇଥିବା ବେଳେ ଆମେରିକାରେ ବର୍ଷର ଶେଷ ଦିନର କରୋନା ମୃତ୍ୟୁ ଭୟ ବଢ଼ାଇଛି। ଆମେରିକାରେ ଗତକାଲି ରେକର୍ଡ ସଂଖ୍ୟକ ଦୈନିକ କରୋନା ମୃତ୍ୟୁ ଚିହ୍ନଟ ହୋଇଛି। ବିଗତ ୨୪ ଘଣ୍ଟାରେ ଆମେରିକାରେ ୩,୯୦୦ରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷେ ସଂକ୍ରମଣ ମାମଲା ୧୮୯,୬୭୧ ରହିଛି। ଦେଶରେ ୧୯.୭ ନିୟୁତରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ମୋଟ୍ ୩୪୧,୦୦୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ବିଶ୍ବରେ ଟିକାକରଣର ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଆମେରିକାରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମୁନି। ପ୍ରତିଦିନ ଆମେରିକାରେ ଲକ୍ଷାଧିକ ଲୋକ କରୋନା ସଂକ୍ରମିତ ହେଉଛନ୍ତି। ଗତ ରବିବାର ଦିନ ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫସି ଚେତାବନୀ ଦେଇ କହିଥିଲେ ଯେ, ଦେଶରେ ଖରାପ୍ ସମୟ ଏବେ ବି ଆସିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/usa.jpg)