ଦେଶରେ ୫୦୦ରୁ ଅଧିକ କରୋନା ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟ‌ରେ ୧୨,୫୧୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୦୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା‌ ୩,୪୪,୧୪,୧୮୬ ପହଞ୍ଚିଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୫୦୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ମୋଟ୍‌ ମୃତ୍ୟୁସଂଖ୍ୟା ୪,୬୨,୬୯୦ରେ ପହଞ୍ଚିଛି।

କେରଳରେ ସର୍ବାଧିକ ୪୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। କେରଳରେ ୭,୨୨୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୯୯୭, ପଶ୍ଚିମବଙ୍ଗରେ ୮୫୪, ତାମିଲନାଡ଼ୁରେ ୮୨୦ ଏବଂ ମିଜୋରାମରେ ୬୩୧ ମାମଲା ଚିହ୍ନଟ ହୋଇଛି। ଉପରୋକ୍ତ ୫ ରାଜ୍ୟରୁ ୮୪.୧ ପ୍ରତିଶତ ମାମଲା ଚିହ୍ନଟ ହୋଇଥିବା ବେଳେ କେରଳରେ ୫୭.୨୨ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୩,୧୫୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୮.୨୬ ପ୍ରତିଶତ। ‌ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୩୮,୧୪,୦୮୦। ଦେଶରେ ସକ୍ରିୟ ମାମଲା ୧,୩୭,୪୧୬ ରହିଥିବା ବେଳେ ୨୬୭ ଦିନରେ ଏହା ସବୁଠୁ କମ୍‌। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୪୦ ପ୍ରତିଶତ। ଦେଶରେ ଦୈନିକ ପଜିଟିଭ୍‌ ହାର ୧.୦୭ ପ୍ରତିଶତ ରହିଛି। ଲଗାତାର ୩୯ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିଛି।

ସମ୍ବନ୍ଧିତ ଖବର