ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ଆଜି ୫ ଲକ୍ଷ ଟପିଯାଇଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ୧,୦୭୨ ଜଣଙ୍କର କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୦୦,୦୫୫ ପହଞ୍ଚିଛି। ବିଶ୍ବରେ ତୃତୀୟ ରାଷ୍ଟ୍ର ଭାବେ ଆମେରିକା ଏବଂ ବ୍ରାଜିଲ୍ ପରେ ଭାରତରେ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ଟପିଯାଇଛି।
/sambad/media/post_attachments/wp-content/uploads/2022/02/co1.jpg)
ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୮୯୬,୫୫୭ ଥିବାବେଳେ ବ୍ରାଜିଲ୍ରେ ୬,୩୦, ୩୦୧ ରହିଛି। ଦେଶରେ ଆଜି ୧,୪୯,୩୯୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଜାନୁଆରି ୮ ପରେ ଦେଶରେ ସଂକ୍ରମଣ ମାମଲା ଦେଢ଼ ଲକ୍ଷ ତଳେ ରହିଛି। ଏଥିସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୧୯,୫୨,୭୧୨ ପହଞ୍ଚିଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ୧୪,୩୫,୬୫୯ ରହିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୩.୪୨ ପ୍ରତିଶତ। ରୋଗ୍ୟ ହାର ୯୫.୩୯ ପ୍ରତିଶତ ରହିଥିବା ବେଳେ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୯୮,୩୫୨ ହ୍ରାସ ହୋଇଛି। ଦେଶରେ ଦୈନିକ ପଜିଟିଭ୍ ହାର ୯.୨୭ ଏବଂ ସାପ୍ତାହିକ ପଜିଟିଭ୍ ହାର ୧୨.୦୩ ପ୍ରତିଶତ। ଦେଶରେ ସକ୍ରିୟ ମାମଲା ୧୪,୩୫,୫୬୯।
/sambad/media/post_attachments/wp-content/uploads/2022/02/co2.jpg)
ଗତ ୨୪ ଘଣ୍ଟାରେ ୨,୪୬,୬୭୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪,୦୦,୧୭,୦୮୮ ରହିଛି। ଗତକାଲି ଦେଶରେ ୧୬,୧୧,୬୬୬ କରୋନା ଟେଷ୍ଟ୍ କରାଯାଇଥିବା ବେଳେ ଟିକାକରଣ ୧୬୮.୪୭ କୋଟି ଟପିଯାଇଛି।
/sambad/media/post_attachments/wp-content/uploads/2022/02/vaccine-f.jpg)
ମାସକରେ ୬୫% ପିଲା ପ୍ରଥମ ଡୋଜ୍ ନେଇଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ୧୫-୧୮ ବର୍ଷ ବୟସବର୍ଗ ମଧ୍ୟରେ ଟିକାକରଣ ଆରମ୍ଭ କରିବାର ମାସକ ମଧ୍ୟରେ ଦେଶରେ ୬୫ ପ୍ରତିଶତ ଯୋଗ୍ୟ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, ମାତ୍ର ମାସକରେ ୧୫-୧୮ ବର୍ଷ ମଧ୍ୟରେ ୬୫ ପ୍ରତିଶତ ପିଲା ଗୋଟିଏ ଡୋଜ୍ ଟିକା ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଶ୍ବର ସର୍ବବୃହତ୍ ଟିକାକରଣ ଅଭିଯାନ ଏକ ନୂ୍ଆ ରେକର୍ଡ ସୃଷ୍ଟି କରିଛି ବୋଲି ମାଣ୍ଡଭୀୟ ଟ୍ବିଟ୍ କରି କହିଛନ୍ତି। ଦେଶରେ ପ୍ରଥମ ଡୋଜ୍ ଟିକା ନେଇଥିବା ୧୫-୧୮ ବର୍ଷ ପିଲାଙ୍କ ସଂଖ୍ୟା ପାଖାପାଖି ୫୦ ନିୟୁତ ଏବଂ ସମ୍ପୂର୍ଣ୍ଣ ଟିକା ନେଇଥିବା ପିଲାଙ୍କ ସଂଖ୍ୟା ପାଖାପାଖି ୩.୫ ନିୟୁତ। ଅନ୍ୟପକ୍ଷେ ଦେଶରେ ଆଜି ଟିକାକରଣ ୧୬୮.୪୭ କୋଟି ଟପିଯାଇଛି। ଦେଶରେ ଗତ ୨୪ ଘଣ୍ଟାରେ ୫୫,୫୮, ୭୬୦ ଜଣ ଟିକା ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/corona-3.jpg)