ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ୬୪ ଲକ୍ଷ ଛୁଇଁବାକୁ ଯାଉଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିବାକୁ ଯାଉଛି । ଗତକାଲି ଗୋଟିଏ ଦିନରେ ଦେଶରେ ୮୧ ହଜାର ୪୮୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୧୦୯୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍ ସଂକ୍ରମଣ ମାମଲା ୬୩ ଲକ୍ଷ ୯୪ ହଜାର ୬୮ ରହିଛି। ବିଗତ ୨୪ ଘଣ୍ଟାରେ ୧୦୯୫ ଜଣଙ୍କ ମୃତ୍ୟୁ ସହ ଦେଶରେ କରୋନା ମୃତ୍ୟୁସଂଖ୍ୟା ୯୯ ଜହାର ୭୭୩ରେ ପହଞ୍ଚିଛି। ଆରୋଗ୍ୟ ହାର ୮୩.୭୦ ପ୍ରତିଶତକୁ ବୃଦ୍ଧି ପାଇଛି। ମୋଟ୍ ୫୩ ଲକ୍ଷ ୫୨ ହଜାର ୭୮ ଜଣ କରୋନାରୁ ସୁସ୍ଥ ହେଲେଣି। ଅନ୍ୟପକ୍ଷେ ସକ୍ରିୟ ମାମଲା ୯ ଲକ୍ଷ ୪୨ ହକାର ୨୧୭ ରହିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୧୪.୭୪ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ମୃତ୍ୟୁହାର ୧.୫୬ ପ୍ରତିଶତ ରହିଛି। ଲଗାତାର ୧୧ ଦିନ ଧରି ଦେଶରେ ସକ୍ରିୟ ମାମଲା ୧୦ ଲକ୍ଷରୁ କମ୍ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୮ ହଜାର ୮୭୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ଶେଷ ୧୦ ଲକ୍ଷ ଆରୋଗ୍ୟ ମାତ୍ର ୧୨ ଦିନରେ ହୋଇଛି। ଅନ୍ୟପକ୍ଷେ ମେଘାଳୟ, ଛତିଶଗଡ଼, ପୁଡ଼ୁଚେରୀ, ହିମାଚଳପ୍ରଦେଶ, ଅରୁଣାଚଳ ପ୍ରଦେଶ, ଗୋଆ ଏବଂ ସିକ୍କିମ୍ ସମେତ ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୫,୦୦୦ରୁ କମ୍ ସକ୍ରିୟ ମାମଲା ରହିଛି।
ଭାରତରେ ଲକ୍ଷେ ଛୁଇଁବ କରୋନା ମୃତ୍ୟୁ
ଲଗାତାର ୧୧ ଦିନ ଧରି ସକ୍ରିୟ ମାମଲା ୧୦ ଲକ୍ଷରୁ କମ୍
/sambad/media/post_attachments/wp-content/uploads/2020/08/dead-covi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)