ଚିନ୍ତା ବଡ଼ାଇଲାଣି ‘କୋଭିଡ୍‌-ଡେଙ୍ଗୁ’ ଦ୍ବୈତ ସମସ୍ୟା

ମୁମ୍ବାଇ: ମୁମ୍ବାଇ ସହରର କିଛି କୋଭିଡ୍–୨୧ ରୋଗୀଙ୍କ ଠାରେ ଡେଙ୍ଗୁ ପଜିଟିଭ୍ ରହିଥିବା ଖବର ଜଣାପଡ଼ିବା ପରେ ଡାକ୍ତରମାନଙ୍କ ଚିନ୍ତା ବଡ଼ିଯାଇଛିା ଆଗକୁ ମୌସୁମୀ ପହ‌ଞ୍ଚିବାକୁ ମାତ୍ର ଦଶ ଦିନ ଥିବା ବେଳେ ଏହି ଦୁଇଟି ଯାକ ଭୂତାଣୁ ଜନିତ ରୋଗ ଡାକ୍ତରଙ୍କ ପାଇଁ ଦ୍ବୈତ ଆହ୍ବାନ ଭାବେ ଉଭା ହୋଇଛି। ସାଧାରଣତଃ ବର୍ଷା ଦିନେ ଡେଙ୍ଗୁର ପ୍ରାଦୁର୍ଭାବ ଥିବା ବେଳେ ତାହା ସହିତ ମିଶି କୋଭିଡ୍ କିପରି ସଂକ୍ରମଣର ଭାଷା ବଦଳାଇବ ତାହା ହିଁ ଆଶଙ୍କା ସୃଷ୍ଟି କରିଛି।

image source–long island press

ସୂଚନା ଥାଉ କି, ସ୍ଥାନୀୟ ବ୍ରିଚ୍ କାଣ୍ତି ହସ୍ପିଟାଲ୍‌ରେ ତିନି ଜଣ ଡେଙ୍ଗୁ ରୋଗୀଙ୍କ ଠାରେ କୋଭିଡ୍ ଲକ୍ଷଣ ଜଣାପଡି଼ଥିଲା। ପରେ ନମୁନା ପରୀକ୍ଷଣରୁ ସେମାନେ କରୋନା ଭୂରାଣୁ ସଂକ୍ରମିତ ହୋଇଥିବା ମଧ୍ୟ ଜଣାପଡି଼ଥିଲା। ସେହିପରି ଜଣେ ୮୨ ବର୍ଷୀୟ ବୃଦ୍ଧ କୋଭିଡ଼ର ଦୃଢ଼ ଲକ୍ଷଣ ନିମୋନିଆରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟାନ୍ୟ ପରୀକ୍ଷାନିରୀକ୍ଷାରୁ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାଯାଇଛି। ଅବଶ୍ୟ ଏହି ଭୂତାଣୁଜନିତ ଉଭୟ ରୋଗର ଜ୍ବର ଏବଂ ମୁଣ୍ତବଥା ପରି ସାଧାରଣ ଲକ୍ଷଣ ରହିଥିବା ବେଳେ ଡେଙ୍ଗୁ ରୋଗୀଙ୍କ ଠାରେ କୋଭିଡ୍ ରୋଗୀଙ୍କ ପରି ଶ୍ବାସକ୍ରିୟାରେ କଷ୍ଟ ଅନୁଭୂତ ହୁଏନାହିଁ କି ତଣ୍ଟି ବସିନଥାଏ। ତେଣୁ ସାମାନ୍ୟ ନିରୀକ୍ଷଣ କଲେ ବି ଦୁଇଟି ଯାକର ଲକ୍ଷଣରୁ ରୋଗୀ ଚିହ୍ନଟ କରିହେବ। ତେବେ ଉଭୟ ରୋଗ ପାଇଁ ଚିକିତ୍ସା ପଦ୍ଧତି ଅଲଗା ହୋଇଥିବାରୁ ଏଭଳି ଦ୍ବୈତ ରୋଗକୁ ବହନ କରୁଥିବା ରୋଗୀର କିପରି ଉପଚାର କରାଯିବ ତାହା ହିଁ ଚିକିତ୍ସାବିଜ୍ଞାନୀଙ୍କ ପାଇଁ ମୁଖ୍ୟ ଆହ୍ବାନ ପାଲଟିଛି।

ସମ୍ବନ୍ଧିତ ଖବର