ମୁମ୍ବାଇ : କୋଭିଡ୍-୧୯ ଭୂତାଣୁର ଓମିକ୍ରନ୍ ଭାରିଆଣ୍ଟ ଫୁସ୍ଫୁସ୍କୁ ଆକ୍ରାନ୍ତ କରୁ ନ ଥିଲେ ବି ମହାରାଷ୍ଟ୍ରରେ ତୃତୀୟ ଲହରରେ କୋଭିଡ୍-ଜନିତ ମୃତ୍ୟୁବରଣ କରିଥିବା ଲୋକଙ୍କ ଭିତରୁ ୪୪ ପ୍ରତିଶତଙ୍କଠାରେ ଗୁରୁତର ଶ୍ୱାସଜନିତ ସମସ୍ୟା ଥିଲା ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।
ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ଏକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଜାନୁଆରିରେ ୧,୦୫୨ ଜଣ କୋଭିଡ୍-ମୃତକଙ୍କ ମଧ୍ୟରୁ ୪୫୯ ଜଣଙ୍କଠାରେ ଶ୍ବାସଜନିତ ସମସ୍ୟା ଥିଲା। ତେଣୁ ଏହି ରୋଗୀମାନେ ଡେଲ୍ଟା ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଥାଇପାରନ୍ତି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ମୃତ୍ୟୁ ଅଡିଟ୍ କମିଟିର ସଦସ୍ୟ ଡ. ଅବିନାଶ ସୁପେ କହିଛନ୍ତି।