ନୂଆଦିଲ୍ଲୀ : ସଂକ୍ରମଣ ବଢ଼ିବାରୁ ଦିଲ୍ଲୀରେ ଆଜିଠାରୁ ‘ୟେଲୋ ଆଲର୍ଟ’ ଜାରି ହୋଇଛି। ଏହି ୟେଲୋ ଆଲର୍ଟ ଅଧୀନରେ ଦିଲ୍ଲୀରେପୁଣିଥରେ କଟକଣା ଫେରିଛି। ଦିଲ୍ଲୀରେ ଏଣିକି ଘରୋଇ ଅଫିସ୍ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ମଲ୍ ଏବଂ ଦୋକାନ ଗୁଡ଼ିକ ଯୁଗ୍ମ -ଅଯୁଗ୍ମ ଆଧାରରେ ଚାଲିବ। ସେହିପରି ବିବାହ ଉତ୍ସବରେ କେବଳ ୨୦ ଲୋକ ଯୋଗ ଦେଇପାରିବେ । ଆଜି ଅପରାହ୍ନ ୩ଟାରେ ଦିଲ୍ଲୀରେ କଟକଣା ଘୋଷଣା ହୋଇଛି। ଦିଲ୍ଲୀରେ ଲାଗୁ ହୋଇଥିବା ଅନ୍ୟାନ୍ୟ ନୂଆ ନିୟମ ଗୁଡ଼ିକ ହେଉଛି
ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ହେବ।
ଘରୋଇ ଅଫିସ୍ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ଅନ୍ୟ ଅତ୍ୟାବଶ୍ୟକ ସେବା ପ୍ରଦାନ କରୁଥିବା ସଂସ୍ଥା ତଥା ହସ୍ପିଟାଲ୍, ଗଣମାଧ୍ୟମ ସଂସ୍ଥା, ବ୍ୟାଙ୍କ୍, ଇନସୁରାନ୍ସ କମ୍ପାନି ଏବଂ ଟେଲିକମ୍ ସେବା ଯୋଗାଉଥିବା କମ୍ପାନି ଗୁଡ଼ିକ ଏହି ନିୟମ ଅଧୀନରେ ଆସିବ ନାହିଁ
ବିବାହ ଉତ୍ସବରେ କେବଳ ୨୦ ଲୋକଙ୍କ ସମାଗମ ହୋଇପାରିବ। କେବଳ ଘରେ ଏବଂ କୋର୍ଟରେ ବିବାହ ପାଇଁ ଅନୁମତି। ସେହିପରି ଅନ୍ତ୍ୟେଷ୍ଟି ପାଇଁ ୨୦ ଲୋକଙ୍କୁ ଅନୁମତି ମିଳିଛି
ସକାଳ ୧୦ରୁ ସନ୍ଧ୍ୟା ୮ମଧ୍ୟରେ ଯୁଗ୍ମ ଅଯୁଗ୍ମ ଆଧାରରେ ମଲ୍ ଏବଂ ଦୋକାନ ଖୋଲିବ
ସିନେମା, ମଲ୍ଟିପ୍ଲେକ୍ସ ଏବଂ ଜିମ୍ ପୁଣିଥରେ ବନ୍ଦ ହେବ। ସ୍କୁଲ୍ ଏବଂ କଲେଜ୍ ବନ୍ଦ ରହିବ
ରାତି ୧୦ଟାରେ ରେସ୍ତୋରାଁ ଏବଂ ବାର୍ ବନ୍ଦ ରହିବ।
ଦିଲ୍ଲୀ ମେଟ୍ରୋ ବି ଅଧା କ୍ଷମତାରେ ଚାଲିବ
ସାଲୁନ, ପାର୍ଲର ଖୋଲିବ। ସ୍ପା ଏବଂ ୱେଲନେସ୍ କ୍ଲିନିକ ବନ୍ଦ ରହିବ
ରାଜନୈତିକ , ଧାର୍ମିକ କାର୍ଯ୍ୟକ୍ରମକୁ ଅନୁମତି ମିଳିବନି
ପାର୍କ ଖୋଲା ରହିବ । ପିକ୍ନିକ୍ ଓ ଏକାଧିକ ଲୋକଙ୍କ ସମାଗମ ପାଇଁ ବାରଣ କରାଯାଇଛି।
ଦିଲ୍ଲୀରେ ଫେରିଲା କୋଭିଡ କଟକଣା: ୫୦ ପ୍ରତିଶତ କ୍ଷମତାରେ ଚାଲିବ ଅଫିସ୍, ଦୋକାନ ପାଇଁ ଯୁଗ୍ମ ଅଯୁଗ୍ମ ଲାଗୁ
ବିବାହ ଉତ୍ସବରେ ୨୦