ଟୋକିଓ: ଚୀନ୍ ବ୍ୟତୀତ ଜାପାନରେ କରୋନା ମହାମାରୀ ତାଣ୍ଡବ ରଚାଇଛି। କୋଭିଡ -୧୯ର ତଥ୍ୟ ରଖୁଥିବା ୱାର୍ଲ୍ଡମିଟର ୱେବସାଇଟ୍ ଅନୁଯାୟୀ, ଗତକାଲି ଜାପାନରେ କରୋନା କାରଣରୁ ସର୍ବାଧିକ ମୃତ୍ୟୁ ଘଟିଥିଲା। ଗତକାଲି ଗୋଟିଏ ଦିନରେ ୩୨୬ ଜଣ ପ୍ରାଣ ହରାଇଥିବାବେଳେ ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଜାପାନରେ କରୋନା ଯୋଗୁଁ ମୃତ୍ୟୁସଂଖ୍ୟାରେ ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି | ଗତ ତିନି ମାସ ମଧ୍ୟରେ ଜାପାନରେ କୋଭିଡ -୧୯ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ପ୍ରାୟ ୧୬ ଗୁଣ ଅଧିକ ରହିଛି | ଜାପାନର ଜାତୀୟ ଦୈନିକ ଖବରକାଗଜ ଦି ମେନିଚି ଅନୁଯାୟୀ ଚଳିତ ବର୍ଷର କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ ଅଧିକ ରହିଛି ।
ଜାପାନରେ ବର୍ତ୍ତମାନ ମହାମାରୀର ଅଷ୍ଟମ ତରଙ୍ଗ ଚାଲିଥିବାବେଳେ ମେନିଚି ଅନୁଯାୟୀ ଗତ ବର୍ଷ ଡିସେମ୍ବର ୨୩ ରୁ ଡିସେମ୍ବର ୨୯ ମଧ୍ୟରେ ଗୋଟିଏ ଦିନରେ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୋଟିଏ ସପ୍ତାହରେ ମୋଟ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ଚଳିତ ବର୍ଷ ଡିସେମ୍ବରରେ ଗୋଟିଏ ଦିନରେ ସର୍ବାଧିକ ୪୨୦ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଡିସେମ୍ବର ୨୩ରୁ ଡିସେମ୍ବର ୨୯ ମଧ୍ୟରେ ମୋଟ ୧୦ ଥିଲା। ଜାପାନର ସ୍ୱାସ୍ଥ୍ୟ, ଶ୍ରମ ଏବଂ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟକୁ ଆଧାର କରି ଚଳିତ ବର୍ଷ ସମାନ ସପ୍ତାହରେ ୩୧୫, ୩୩୯, ୩୦୬, ୨୧୭, ୨୭୧, ୪୧୫ ଏବଂ ୪୨୦ଜଣଙ୍କର ମୃତ୍ୟୁ ଘଟିଛି। ଏହି ସପ୍ତାହ ବିଷୟରେ କହିବାକୁ ଗଲେ ସମୁଦାୟ ୨୨୮୩ ଜଣଙ୍କର ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁଯାୟୀ, ୧ ଅକ୍ଟୋବରରୁ ୨୯ ଡିସେମ୍ବର ମଧ୍ୟରେ ତିନିମାସ ମଧ୍ୟରେ ମହାମାରୀ ଚରମ ସୀମାରେ ଥିଲା। ଗତ ବର୍ଷ ସେହି ସମୟରେ ୭୪୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚଳିତ ବର୍ଷ ଏହି ସଂଖ୍ୟା ୧୧,୮୫୩ ଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/Capture.jpg)