ଲାଟିନ୍‌ ଆମେରିକାରେ ମୃତ୍ୟୁସଂଖ୍ୟା ୧ଲକ୍ଷ ଟପିଲା

ନୂଆଦିଲ୍ଲୀ : ଲାଟିନ୍‌ ଆମେରିକା ଏବଂ କାରବିନ୍‌ରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଯାଇଛି। ତେବେ ଏଥିମଧ୍ୟରୁ ଅର୍ଦ୍ଧାଧିକ କେବଳ ‌ବ୍ରାଜିଲ୍‌ରୁ। ଲାଟିନ୍‌ ଆମେରିକାରେ ସଂକ୍ରମଣ ବଢ଼ି ଚାଲିଛି। ୨୦ ଲକ୍ଷ ୧୦ ହଜାରରୁ ଅଧିକ ଲୋକ ଲାଟିନ୍‌ ଆମେରିକାରେ କ‌ରୋନା ସଂକ୍ରମିତ ହୋଇଛନ୍ତି। ତେବେ ବ୍ରାଜିଲ୍‌, ମେକ୍ସିକୋ, ପେରୁ ଏବଂ ଚିଲି ଲାଟିନ୍‌ ଆମେରିକାରେ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର। ଆମେରିକା ପରେ ବ୍ରାଜିଲ୍‌ରେ ବିଶ୍ବରେ ସବୁଠୁ ଅଧିକ କରୋନା ମୃତ୍ୟୁ ହୋଇଛି। ମୋଟ୍‌ ୫୨ ହଜାର ୬୪୦ ଜଣଙ୍କ ବ୍ରାଜିଲ୍‌ରେ ମୃତ୍ୟୁ ହୋଇଥିବା ବେଳେ ୧୧ ଲକ୍ଷ ୪୫ ହଜାର ୯୦୬ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ମେକ୍ସିକୋରେ ମଧ୍ୟ ସଂକ୍ରମଣ ବଢ଼ି ଚାଲିଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ମେକ୍ସିକୋରେ ୬,୨୮୮ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପେରୁରେ ସଂକ୍ରମଣ ମାମଲା ୨ ଲକ୍ଷ ୬୦ ହଜାର ଟପିଯାଇଛି। ତେବେ ବିଶ୍ବରେ ଏବେ ମୋଟ୍‌ ୯୩ ଲକ୍ଷ ୯୫ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୪ ଲକ୍ଷ ୮୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ସର୍ବାଧିକ ୨୪ ଲକ୍ଷ ୨୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ୧ ଲକ୍ଷ ୨୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର