ଜାତିସଂଘ : କୋଭିଡ୍-୧୯ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ତିନି ବର୍ଷ ତଳେ ସର୍ବୋଚ୍ଚ ସ୍ତରର ଚେତାବନୀ ଶୁଣାଇଥିବା ବେଳେ ସୋମବାର କହିଛି ଯେ ଏହି ଭୂତାଣୁଜନିତ ମହାମାରୀ ଏବେ ବି ଏକ ଅନ୍ତର୍ଜାତୀୟ ସଙ୍କଟ ହୋଇ ରହିଛି।
ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଏକ ବିବୃତିରେ କହିଛି, କୋଭିଡ୍-୧୯ ମହାମାରୀ ସଂପର୍କରେ କମିଟି ଦ୍ୱାରା ଦିଆଯାଇଥିବା ପରାମର୍ଶ ସହିତ ହୁ ମହାନିର୍ଦ୍ଦେଶକ ଏକମତ ଅଟନ୍ତି। ସେହି ଅନୁଯାୟୀ, କୋଭିଡ୍ ଏବେ ବି ସାରା ବିଶ୍ବରେ ଏକ ଚିନ୍ତାଜନକ ବିଷୟ ଓ ଗ୍ଲୋବାଲ ଇମେର୍ଜନ୍ସି ହୋଇ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/who.jpg)